ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର୍ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର୍ ସଂଘ ପକ୍ଷରୁ ମୋଟର ଗାଡି ଚାଳକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ୫୫ବର୍ଷ ପରେ ପେନସନ୍ ପ୍ରଦାନ, ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କୁ ୨୦ଲକ୍ଷ ଓ ଅକର୍ମଣ୍ୟଙ୍କୁ ୧୦ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ, ଦୁର୍ଘଟଣାଗ୍ରସ୍ତ ଚାଳକଙ୍କୁ ମାଗଣା ଚିକିତ୍ସା ସୁବିଧା, ଆବାସ ଯୋଜନାରେ ସାମିଲ ସହ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପରି ୧୦ଦଫା ଦାବୀ ପ୍ରଦାନ କରିଛନ୍ତି । ଓଡିଶା ଡ୍ରାଇଭର୍ ମହାସଂଘ ଡାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର୍ ସଂଘର ଶହ ଶହ ଗାଡି ଚାଳକ ଏକ ଶୋଭାଯାତ୍ରାରେ ଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.