ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଙ୍ଗଠନ : ମିଶନ ଚାଟଶାଳୀ ୫ ଲକ୍ଷ ଶିଶୁ ଏବଂ ୨୫୦୦୦ ଶିକ୍ଷାସାଥୀଙ୍କୁ ନେଇ ଆରମ୍ଭ ହେବ ଶିକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାର ସୁଯୋଗ ପାଇ ନପାରି ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି ଟ୍ରଷ୍ଟ ଇଣ୍ତିଆ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା, ଓଡିଶା ଶ୍ରମଜୀବୀ ମଞ୍ଚ ଓଡ଼ିଶା, ବଲାଙ୍ଗିର ଲୋକ ଉନ୍ନତି ସଙ୍ଗଠନ ଦ୍ୱାରା ଗତ ଜୁଲାଇ ୨୦୨୦ ବର୍ଷରେ ମିଶନ ୩,୫,୮ ତାରିଖରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଫେବୃୟାରୀ ୨୦୨୧ରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରେ ରେମିଡାଲ୍ କ୍ଳାସ୍ ଖୋଲାଯାଇ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା ଓ ପରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ମିଶନ ୧ ଲକ୍ଷ ଭଲି ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା । ପ୍ରତି ଗ୍ରାମରେ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ଓଡିଶାରେ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଚାଟଶାଳୀ ଅଧିନରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନର ଆବଶ୍ୟକତାକୁ ଲକ୍ଷ୍ୟ କରି ସାରା ରାଜ୍ୟରେ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଶନ ଚାଟଶାଳୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବାର ଯୋଜନାର ଶୁଭାରମ୍ଭ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କରାଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଗ୍ରାମ ଅଙ୍ଗନବାଡ଼ି ଦିଦି, ୱାଡ ର୍ମେମ୍ବର ସିଆର୍‌ପି. ଦିଦି, ଲୋକ ଉନ୍ନତି ସଙ୍ଗଠନର ସଭ୍ୟ କୁମୁଦିନୀ ଧରୁଆ, ସଭାପତି ସନ୍ଧ୍ୟା ଷାଣ୍ଡ, ସ୍ୱେଛାସେବୀ ଡିଲେଶ୍ଵରୀ ଧାରୁଆ, ସତ୍ୟଭାମା ମିରଧା, ଯୋଗଦେଇ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.