pakka

ଧର୍ମଗଡ ପୋଲିସକୁ ସଫଳତା : ଚାରି ଲୁଟେରା ଗିରଫ

bbehera

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ସମୟରେ ଲୋକଙ୍କଠାରୁ ଓ ଗାଡ଼ିରୁ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୪ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଲୁଟେରାଙ୍କ ଠାରୁ ମିଳିଥିବା ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇବାରେ ସଫଳ ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୩ ତାରିଖ ଶୁକ୍ରବାର ଦିନ ଧର୍ମଗଡ ଥାନା ଆମ୍ବଗୁଡ଼ାର ଉଦ୍ଧବ ସୁନାନି ନାମକ ଜୈନିକ ବ୍ୟବସାୟୀ ଧର୍ମଗଡ଼ ଷ୍ଟେଟବ୍ୟାଙ୍କରୁ ଏକ ଲକ୍ଷ ୯ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରିବା ସମୟରେ ଟଙ୍କାକୁ ଝାଂପି ନେଇଥିଲେ । ଏନେଇ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରି ୪ଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ଲୁଟ୍‌ରେ ବ୍ୟବହୃତ ଦୁଇଟି ଗାଡ଼ି, ମୋବାଇଲ, ପାସବୁକ୍, ଡିକି ଭାଙ୍ଗି ଲୁଟ୍ କରୁଥିବା ସାମଗ୍ରୀ ଓ ନଗଦ ଟଙ୍କା ଜବତ କରିଛି । ଏମାନେ କଳାହାଣ୍ଡି ବଲାଙ୍ଗିରର ବିଭିନ୍ନ ଅଞ୍ଚଳରେ ହୋଇଥିବା ଲୁଟ୍‌ରେ ସଂପୃକ୍ତି ଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ଓ ବିଭିନ୍ନ ଅଞ୍ଚଳ ସମୁଦାୟ ୮ଗୋଟି ମାମଲା ବିଭିନ୍ନ ଥାନାରେ ହୋଇଥିବା ଲୁଟରେ ସମୁଦାୟ ୧୮ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଧର୍ମଗଡ ଡ଼ିଏସ୍‌ପି ଧିରଜ୍ ଚୋପଦାର ଏକ ପ୍ରେସ ବିଂଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଗିରଫ ଆସାମୀ ଏମ. ଗଣେଶ, ଏ. ରଞ୍ଜିତ ରାଓ, ଡି. ଆକାଶ ଓ ଡି. ଚାନ୍ଦୁଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

jay balangir
Leave A Reply

Your email address will not be published.

1 + five =

error: Content is protected !!