oom

ଲୋକ ଉନ୍ନତି ସଂଗଠନ ପକ୍ଷରୁ କୁପୋଷଣ ଦୂର କରିବାକୁ ରାଜ୍ୟପାଳଙ୍କୁ ଦାବୀପତ୍ର

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ସାରା ଓଡ଼ିଶାରେ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ତରଫରୁ ବିଭିନ୍ନ ସଂଗଠନର ନେତୃତ୍ୱରେ କୁପୋଷଣକୁ ଦୂର କରିବାକୁ ବ୍ଲକ ଲେଭେଲ୍ କମ୍ପାଇଜନ୍ ଅନ୍ ନେସନାଲ ଫୁଡ୍ ସିକ୍ୟୁରିଟି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକରେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ତରଫରୁ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରତ୍ୟେକ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ଡାଲି, ତେଲ ଓ ଲୁଣକୁ ସାମିଲ କରି କୂପୋଷଣକୁ ଦୂର କରିବା ନେଇ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ସଭାନେତ୍ରୀ ଶାନ୍ତି ଭୋଇ, ଦେଓଗାଁ ବ୍ଲକ ସଭାନେତ୍ରୀ ସୁଷମା ପୁଟା, ସମ୍ପାଦିକା ମୋହିନୀ ଭୋଇ, ଯଶୋବନ୍ତୀ ଭୋଇ, ଅନ୍ନମିତା ପଧାନ, ଡୋଲି ଶାନ୍ତ, ରେବତୀ ମଲ୍ଲିକ, ସୁମିତ୍ରା ରଣାଙ୍କ ସହ ଗ୍ରାମ୍ୟ କମିଟିର ନେତୃବୃନ୍ଦ ଉପସ୍ଥିତ ଥିଲେ । ସଂଗଠନର ବ୍ଲକ୍ ସଂଯୋଜକ ପୀତାମ୍ବର ପଧାନ, ପୁରନ୍ଦର ଭୋଇ, ବିକ୍ରମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.