ଜେଇ ତାରରେ ବେଧଡକ ଚାଲିଛି ବରାହ ଶିକାର : ବିୟର ବୋତଲ ପାଲଟିଛି ଅସ୍ତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଓ ସଇଁନ୍ତଲା ବନଖଣ୍ଡରେ ବେଧଡକ ଭାବେ ଚାଲିଛି ବରାହ ଶିକାର । କିନ୍ତୁ ଶିକାରୀକୁ କାବୁ କରିବା ବଦଳରେ ଶିକାରୀଠାରୁ ଉପହାର ନେଇ ଚୁପ ବନ ବିଭାଗ କିଛି ଅସାଧୁ କର୍ମଚାରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଯାହାଫଳରେ ଦେଓଗାଁ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର କମିବା ବଦଳରେ ଦୃତଗତିରେ ବୃଦ୍ଧି ପାଉଛି । ଏହି ଶିକାର କାର୍ୟ୍ୟରେ ଜଙ୍ଗଲ ଜଗୁଥିବା କିଛି କର୍ମଚାରୀ ସଂଶ୍ଳିଷ୍ଟ ଥିବାରୁ ତାଙ୍କ କାର୍ୟ୍ୟକଳାପ ପ୍ରତି ସନ୍ଦେହ ଦେଖାଦେଇଛି । ଗତ ଦୁଇଦିନ ହେଲା ଦେଓଗାଁ ରେଞ୍ଜ ର ରତନପୁର ଓ କନ୍ଧକେଲଗାଁ ସେକ୍ସନର ତୁଷୁରା ଛକ ନିକଟରେ ବିଦ୍ୟୁତ ତାରରେ ହୁକ ପକାଇ ବରାହ ଶିକାର କରିଥିବା ଅଭିଯୋଗ ହେଉଛି । ଏହି ଶିକାରୀମାନେ ଜେଇ ତାର ଓ ବିୟର ବୋତଲକୁ ଏକତ୍ରିତ କରି ବରାହ ଯାଆସ ହେଉଥିବା ରାସ୍ତା ଉପରେ ତାର ଟାଣି ଦେଉଥିବାରୁ ବରାହ ଆସିଲେ ଫାସରେ ପଡୁଛି । ଉକ୍ତ ଅଞ୍ଚଳରେ ଲାଇନ ମଧ୍ୟ କଟି ଯାଉଛି, ଗାଁଗୁଡ଼ିକର ଲୋକମାନେ ଅର୍ଦ୍ଧରାତିରେ ଅନ୍ଧାରରେ ଌୀବନଯାପନ କରୁଥିବା ବେଳେ ଜଙ୍ଗଲ ଭିତରେ ଇଲେକ୍ଟ୍ରି ତାର ପଡ଼ିଥିବାରୁ ଗୋରୁ ଚରାଳୀ ମାନେ ଭୟଭୀତ ହୋଇ ଗାଈଗୋରୁ ନେଉ ନାହାନ୍ତି । ଏହି ଅଞ୍ଚଳରେରେ କିଏ ଓ କେମିତି ଭାବେ ବରାହ ଶିକାର କରୁଛି, ତାର ସଠିକ ସୂଚନା କିଛି ଅସାଧୁ ବନ କର୍ମଚାରୀମାନଙ୍କ ନିକଟରେ ଥିଲେ ବି ହାତ ଗୁଂଜା ନେଇ ମାଫିଆ ହାତରେ ଟେକି ଦେଉଛନ୍ତି ବନ୍ୟଜନ୍ତୁ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକର କୁତୁର୍ଲା, ମୁରୁସିଂ, ବହଲି, ଲଣ୍ଡାପଥର ,ଫଟାମୁଣ୍ଡା, ରୁଗୁଡ଼ିପାଲି, ମୁକୁନ୍ଦପୁର, ଗଡ଼ଦ୍ୱାର, ରାମଚନ୍ଦ୍ରପୁର, ସଇଁତଲା ବ୍ଲକର ଶୁଲିଆମାଲ ଅଞ୍ଚଳରେ ବରାହ ଶିକାରୀମାନେ ସକ୍ରିୟ ହୋଇ ବରାହ ଶିକାର କରୁଥିବା ଜଣାପଡ଼ିଛି । ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀ ଶିକାରୀମାନଙ୍କ ଠାରୁ ମାସିକିଆ ବଟି ନେଉଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଗତ କିଛି ମାସ ତଳେ ମୁରସିଂ ଗାଁରେ ଜୈନିକ ଯୁବକ ଠାରୁ ଦେଶୀ ପିସ୍ତଲ ଓ ବରାହ ମରା ବନ୍ଧୁକ ଜବତ କରି ଦେଓଗାଁ ପୁଲିସ ଛାଡି ଦେଇଥିବା ସେହି ସମୟରେ ଚର୍ଚ୍ଚା ହୋଇଥିଲା । ଏବେ ଏହି ଶିକାରୀମାନେ ପୁଣି ଅଞ୍ଚଳରେ ନିଜର ଜାଲ ବିଛାଇ ଶିକାର କରିବା ଆରମ୍ଭ କରି ଦେଇଛନ୍ତି ବୋଲି କୁହାଯାଇଛି ।

Leave A Reply

Your email address will not be published.