ହରିସିଂ ଉ.ପ୍ରା ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ କୋଭିଡ ନିୟମକୁ ମାନି ବିନା ଛାତ୍ରଛାତ୍ରୀରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତାକା ଉତ୍ତୋଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାକୁର । ଶ୍ରୀ ମହାକୁର ତାଙ୍କର ବକ୍ତବ୍ୟରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିବା ସହିତ ପିଲାମାନଙ୍କର ପାଠପଢ଼ା ପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଚେୟାରମ୍ୟାନ କୁବେର ସାହୁ, ପୂର୍ବତନ ଛାତ୍ର ପୁସ୍ତମ୍ ଯୁଆଡି ଏବଂ ରମାକାନ୍ତ ନାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.