oom

ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ ପାଇଁ ଯୋଗାଯୋଗ କରନ୍ତୁ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର, ସୋନପୁର ଏବଂ ନୂଆପଡା ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଅନୁରୋଧ କରାଯାଉଛି ଯେ, ଇଚ୍ଛୁକ ବ୍ୟକ୍ତିମାନେ ନିଜର ପରିଜନମାନଙ୍କର ଅସ୍ଥି ନିମ୍ନ ଲିଖିତ ବ୍ୟକ୍ତିମାନଙ୍କ ସହିତ ଫୋନରେ ଯୋଗାଯୋଗ କରି ବଲାଙ୍ଗିର ପୃଥ୍ୱୀରାଜ ଗୋଶାଳାଠାରେ ପହଞ୍ଚାଇବାକୁ ଅନୁରୋଧ । ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ତଥା ମାରୱାଡି ଯୁବାମଂଚ ତରଫରୁ ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଯେଉଁ ବନ୍ଧୁମାନେ ନିଜର ଆତ୍ମିୟ ସ୍ୱଜନଙ୍କର ଅସ୍ଥି ଆଣି ବଲାଙ୍ଗିର ପୃଥ୍ୱୀରାଜ ଗୋଶାଳାଠାରେ ପହଞ୍ଚାଇବେ ସେହି ଅସ୍ଥିକୁ ବିନା ଖର୍ଚ୍ଚରେ ତ୍ରିବେଣୀ ସଂଗମକୁ ନେଇ ବିଧି ବିଧାନ ପୂର୍ବକ ପୂଜାପାଠ କରି ବିସର୍ଜନ କରାହେବ । ଦାୟିତ୍ୱରେ ଥିବା ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ କେଡିଆ ଏହି ଜିଲ୍ଲାମାନଙ୍କର ଜନସାଧାରଣଙ୍କୁ ବଲାଙ୍ଗିରର କର୍ତ୍ତବ୍ୟ ଫାଉଣ୍ଡେସନର ଆବାହକ କାହ୍ନା ଶତପଥି ମୋ. ୯୯୩୭୫୩୪୯୯୮, ବିଙ୍ଗ ହ୍ୟୁମାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ମୋ.୯୩୪୮୨୧୮୪୯୫ ତଥା ମାହେଶ୍ୱରୀ ସଂଗଠନର ଚେୟାରମେନ୍‌ ଅଙ୍କୁଶ ପାଣ୍ଡିଆ ମୋ.୭୯୭୮୯୮୪୮୩୦ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ପୃଥ୍ୱୀରାଜ ଗୋଶାଳା ଠାରୁ ସମସ୍ତ ଅସ୍ଥିକୁ ସମ୍ବଲପୁର ପଠାଯିବ । ସମ୍ବଲପୁରରୁ ଏହି ଅସ୍ଥିମାନଙ୍କୁ ଏହ୍ଲାବାଦ ନେଇ ବିଧିବିଧାନ ସହିତ ପୂଜାପାଠ କରି ବିସର୍ଜନ କରାଯିବ ।

jittmm
Leave A Reply

Your email address will not be published.