jayashree

ତାଲିବାନ ଉପରେ ମୃତ୍ୟୁର ପରୱାନା ନେଇ ମାଡ଼ିବସିଲେ ଆଫଗାନିସ୍ତାନର ସେନା : ୨୪ ଘଣ୍ଟାରେ ଶତାଧିକ ଆତଙ୍କବାଦୀ ନିହତ

କାବୁଲ : ତାଲିବାନ ଉପରେ ଦେଶବ୍ୟାପୀ ହୋଇଥିବା ଆକ୍ରମଣରେ ଆଫଗାନିସ୍ତାନର ସୁରକ୍ଷା ବାହିନୀ ୧୨ ହଜାର ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଖବର ଅନୁଯାୟୀ, କେବଳ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସୈନ୍ୟବାହିନୀ ଦ୍ୱାରା ଏକାଧିକ ଆକ୍ରମଣରେ ଅତି କମ୍‌ରେ ୧୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଅନ୍ୟ ୯୦ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ଶୁକ୍ରବାର ଦିନ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ହେରାତ ପ୍ରଦେଶର ସ୍ଥାନୀୟ ଜନ ବିଦ୍ରୋହୀ ବାହିନୀ ଦ୍ୱାରା ସମର୍ଥିତ ସୁରକ୍ଷା କର୍ମୀମାନେ ପ୍ରାଦେଶିକ ରାଜଧାନୀ ହେରାତ ସହର ତଥା ପଡୋଶୀ ଜିଲ୍ଲା ଗୁଜରା, କାରୁଖ ଏବଂ ସେୟୋବୁସନ ଉପରେ ତାଲିବାନ ଆକ୍ରମଣର ପ୍ରତିଶୋଧ ନେଇ ୫୨ ଜଣ ଆତଙ୍କବାଦୀଙ୍କର ହତ୍ୟା କରାଯାଇଛି ଏବଂ ଏଥିରେ ୪୭ ଜଣ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଆଫଗାନିସ୍ତାନ ବାୟୁସେନା ଏ -୨୯ ଯୁଦ୍ଧ ବିମାନ ମଧ୍ୟ ଗ୍ରାଉଣ୍ଡ ଫୋର୍ସକୁ ସମର୍ଥନ କରି ଅନେକ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ପାଇଁ ବହୁ କ୍ଷତି ଘଟାଇଥିଲା । ଏଥିସହ ହେରାତର ଗୋରିୟାନ ଜିଲ୍ଲାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୩ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି । ଏହି ବିବୃତ୍ତିରେ କୁହାଯାଇଛି ଯେ, ସୁରକ୍ଷା ବାହିନୀ ଦ୍ୱାରା ଚଢ଼ାଉ ବେଳେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ୭ଟି ଗାଡି ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.