ଭୁବନେଶ୍ୱର : +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ବାହାରିବ । ଛାତ୍ରଛାତ୍ରୀମାନେ ଏଥିପାଇଁ https://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ତେବେ ଖୁବଶୀଘ୍ର କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷଣା ହେବ । ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ଆଧାରରେ ନମ୍ବର ଦିଆଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପରେ ଅଫଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବେ ସରକାର ।