pakka

ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦର ଜିଲ୍ଲା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ପାଟଣାଗଡ଼ ବ୍ଳକ ଗଙ୍ଗା ସାଗର ଗ୍ରାମସ୍ଥିତ କୋଶଳେଶ୍ୱର ମନ୍ଦିରଠାରେ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସୁନାରାମ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ କମିଟିର ମୁଖ୍ୟ ଜିଲ୍ଲା ସଂଯୋଜକ ଅମିଲ ପୁଟେଲ ପରିଷଦର କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ । ଗ୍ରାମ ପଞ୍ଚାୟତରୁ ଜିଲ୍ଲା ସ୍ତରୀୟ କମିଟି ବୈଠକ ଆୟୋଜନ କରାଯିବା ସହିତ କଳାକାର କାର୍ଯ୍ୟକାରୀ କମିଟି ଗଠନ କରିବା ଉପଯୁକ୍ତ ଯୋଗ୍ୟ କଳାକାର ଚିହ୍ନଟ କରିବା ଏବଂ ପରିଷଦ ଓ କମିଟିର ନିୟମାବଳୀକୁ ମାନିଚଳିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।‌ ଏଥିରେ ଖପ୍ରାଖୋଲ ବ୍ଳକ ସଭାପତି ଥବିରଚରଣ ସାହୁ, କାନ୍ତ ବଗର୍ତ୍ତି, ତ୍ରିନାଥ କମ୍ପ, ତ୍ରିଲୋଚନ ସରାଫ, ତରଣୀ ସେନ ପୁଟେଲ, ସୁବାଷ ବର୍ଗର୍ତ୍ତି, ତିର୍ଥ ଚିରାଗୁନ, ଲକ୍ଷ୍ମଣ ବଗର୍ତ୍ତି, ଉଗ୍ରସେନ ରାଜ ପାଲିଆ, ନିଶାନ୍ତ କୁମାର ଦାସ, ଚ୍ୟାରମେନ ବୁଦ୍ଧିଆ, ଜଗତ ପ୍ରଧାନ, ଗୈାତ୍ତମ ମହାଲିଙ୍ଗ, ପବିତ୍ର ପୁଟେଲ, ଗୋପାଳ ଜେନା, ରମେଶ ବନଛୋର, ଜୟସିଂ ବୁଦ୍ଧିଆ, ଡିଲେଶ୍ଵର ମେହେର, ଚୁଡ଼ାମଣି ବଗର୍ତ୍ତି, ଘନଶ୍ୟାମ ଭୋଇ, ଚୈତନ୍ୟ ପୁଟେଲ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପରିଷଦ ପକ୍ଷରୁ ବିଭିନ୍ନ ପଞ୍ଚାୟତ ଗୁଡିକ ବୈଠକ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । କୋଭିଡ କଟକଣା ନିୟମ ଅନୁସାରେ ସାମାଜିକ ଦୁରତା ରକ୍ଷା ସହ, ସାବୁନ ଲଗେଇ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ସମସ୍ତେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରାଯାଇଥିଲା । ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ଜିଲ୍ଲା ସଂପାଦକ ମିନକେତନ ପ୍ରଧାନ ସଭାପରିଚାଳନା କରିଥିବା ବେଳେ ଦିନବନ୍ଧୁ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × one =

error: Content is protected !!