pakka

ହୁଣ୍ଡାଇ କାର ସହ ୧୧୦ କ୍ଵୁଇଣ୍ଟାଲ ୬୦୦ଗ୍ରାମର ଗଞ୍ଜେଇ ଜବତ

bbehera

ବାଲିଗୁଡା, (ସୁରେନ୍ଦ୍ର ପାଣିଗ୍ରାହୀ) : ଦିନକୁ ଦିନ ଗଞ୍ଜେଇ କାରବାର ବଢି ବଢି ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମପଡ଼ା ଠାରେ ବାଲିଗୁଡା ପୋଲିସ ତରଫରୁ ଗଞ୍ଜେଇ ସହ ଗଞ୍ଜେଇ ଚାଲାଣ ହେଉଥିବା ହୁଣ୍ଡାଇ କାର ଜବତ କରାଯାଇଛି । ବାଲିଗୁଡା ଥାନା ଡିଏସପି ସ୍ୱରାଜ ଦେବତାଙ୍କ ସହ ସଦଳବଳ ପେଟ୍ରୋଲିଂ କରୁଥିବା ସମୟରେ ହୁଣ୍ଡାଇ ଭେରେନା ଗାଡ଼ି ନମ୍ୱର ଓଆର- ୦୨-ବିଏକ୍ସ- ୮୭୭୩ ଯାଞ୍ଚ କରିବା ସମୟରେ ଗାଡ଼ିରୁ ୧୧୦ କ୍ଵିଇଣ୍ଟାଲ ୬୦୦ ଗ୍ରାମ ବେଆଇନ ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ଦିଗାଲ(୩୫)ତାଙ୍କ ଘର କ.ନୂଆଗାଁ ବୋଲି ଜଣାପଡିଛି । ଥାନାରେ ଏନେଇ ଏକ ମାମଲା ନଂ ୧୨୪/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଡିଏସପି ଶ୍ରୀ ଦେବତା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 × three =

error: Content is protected !!