jsm

ଆମ୍‌ ଆଦ୍‌ମୀ ପାର୍ଟି ପଦ୍ମପୁର ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ

csstore

ପଦ୍ମପୁର, ନିରଂଜନ ତ୍ରିପାଠୀ : ଆଜି ଆମ୍‌ ଆଦ୍‌ମୀ ପାର୍ଟି ପଦମ୍‌ପୁର୍ ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି। କରୋନା ଦ୍ୱାରା ଆକ୍ରାନ୍ତ ହେଲେ ସାଧାଣତଃ ଶରୀରରୁ ଅମ୍ଲଜାନ୍‌ ପରିମାଣ କମି ଯାଇଥାଏ । ଯେତେବେଳେ ସମଗ୍ର ଭାରତ ବର୍ଷରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହା ସହିତ ଲଢ଼ିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍‌ ଆଦ୍‌ମୀ ପାର୍ଟି ଏକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛି ।

ଆଜି ପଦ୍ମପୁର‌ ନିର୍ବାଚନ ମଣ୍ଡଳୀର ଯୁଧିଷ୍ଠିରପୁର ଗାଁରେ ଆମ୍‌ ଆଦ୍‌ମୀ ପାର୍ଟି ପଦମ୍‌ପୁର୍ ସଂଯୋଜକ ଶ୍ରୀ ପୌଲସ୍ତ୍ୟ ସାହା ଏବଂ ସହଯୋଗୀ ଲକ୍ଷପତି ବରିହା ଏବଂ ଅଜୟ ରଣା ଘର ଘର ବୁଲି ଅକ୍ସିମିଟର ସାହାଯ୍ୟରେ ଅମ୍ଲଜାନ୍‌ ପରୀକ୍ଷା କରିବା ସହିତ ଏକ ଲିଫଲେଟ୍‌ ଦେଇ ସଚେତନ କରୁଛନ୍ତି । ଉକ୍ତ ଲିଫଲେଟ୍‌ରେ ଦିଲ୍ଲୀରେ କିଭଳି ଭାବେ ଆମ୍‌ ଆଦ୍‌ମୀ ପାର୍ଟି କରୋନା ସହିତ ମୁକାବିଲା କରିବାରେ ସକ୍ଷମ ହୋଇପାରିଛି, ତାହା ବର୍ଣ୍ଣିତ ଅଛି । ଯେତେବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କରୋନା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି, ଏହି ବିସମୟରେ ଆମ୍‌ ଆଦ୍‌ମୀ ପାର୍ଟି ଏକ ମହତ୍‌ ତଥା ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ଆଜି ଉକ୍ତ ଗ୍ରାମର ସର୍ବମୋଟ ୮୬ ଜଣଙ୍କୁ ପରୀକ୍ଷା କରାଯାଇଥବା ବେଳେ ଏହି ଅଭିଯାନ ଆଗକୁ ଚାଲୁ ରହିବ ବୋଲି ଶ୍ରୀ ପୌଲସ୍ତ୍ୟ ସାହା ସୂଚନା ଦେଇଛନ୍ତି। ସହଯୋଗ ପାଇଁ ଇଚ୍ଛୁକ ବ୍ୟକ୍ତି ୯୩୪୮୮୪୦୬୧୧ରେ ଯୋଗାଯୋଗ କରିବା ପାଇଁ ଶ୍ରୀ ସାହା ନିବେଦନ କରିଛନ୍ତି ।

yuvodaya
Leave A Reply

Your email address will not be published.