ରାଜନୈତିକ ଦଳ ଭାବେ ପଞ୍ଜିକୃତ ହେଲା ଭିଲେଜର୍ସ ଇଣ୍ଡିଆ ପାର୍ଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବେ ରାଜନୈତିକ ଦଳ ଭାବେ ପଞ୍ଜିକୃତ ହୋଇଛି । ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନୁସାରେ ଭିଆଇପି ଦଳକୁ ମାନନୀୟ ନିର୍ବାଚନ କମିଶନ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିଛନ୍ତି । ଦଳର ପଞ୍ଜିକରଣ ସଂଖ୍ୟା ୫୬/୧୪୯/୨୦୧୫-୨୦୨୦/ପିପିଏସ-ଆଇ ରହିଛି । ଦଳର ସଭାପତି ଡା. ବିପିନ କୁଶଲିଆ, ଉପସଭାପତି ରଘୁନାଥ ଶତପଥୀ, ସାଧାରଣ ସଂପାଦକ ନରେନ୍ଦ୍ର ପଟେଲ ଥିବା ବେଳେ ବିଜୟ ଦଲପତି, କାଲିନ୍ଦି ମାଝି, ପୁନମ ମିଶ୍ର, କୁନୁ ମହାପାତ୍ର, ସବିତା ସାହୁ, ଅଞ୍ଜନା ନନ୍ଦ, ରତୁ କାଲସାଏ, ଅଶୋକ ଦାସ, ହରି ନନ୍ଦ, ସାନୁଜ ମିଶ୍ର, ପ୍ରଶାନ୍ତ ଚାନ୍ଦ, ଶ୍ରୀକାନ୍ତ କୁମ୍ଭାର, ସଞ୍ଜିବ କୁମ୍ଭାର ଓ ସୌଦାମିନୀ କୁଶୁଲିଆ ଦଳ କାର୍ଯ୍ୟାଳୟର ଆଧିକାରିକ ପଦରେ ରହିଛନ୍ତି । ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନି ମାଧ୍ୟମରେ ଏହାର ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ଦଳର ସଭାପତି ଡା. କୁଶଲିଆ ସୂଚନା ଦେଇଛନ୍ତି ।


ସୁଚନା ଯେଗ୍ୟ ଯେ, ଜାତି ଧର୍ମ ନିର୍ବିଶେଷରେ ଦେଶର ସାଧାରଣ ଜନତା ଯେପରି ନିଜର ଅର୍ଥନୈତିକ ଅଧିକାର ପ୍ରତି ଜାଗ୍ରତ ହେବେ ଓ ସରକାର ପ୍ରଦତ୍ତ ସମସ୍ତ ନୀତି, ସୁବିଧା ସୁଯୋଗ ଲାଭ କରି ପାରିବେ ସେହି ମନ୍ତ୍ର ନେଇ ୧୫ ଜୁଲାଇ ୨୦୧୫ରେ ଭିଆଇପି ଦଳକୁ ଆରମ୍ଭ କରାଯାଇଥିଲ । ଦେଶ ତଥା ଅଂଚଳର ଗରିବ ଜନ ସାଧାରଙ୍କ ଅଧିକାର ପାଇଁ ଦୀର୍ଘ ପାଂଚ ବର୍ଷର ଲଗାତାର ସଂଘର୍ଷ ପରେ ମାନନୀୟ ନିର୍ବାଚନ କମିଶନ ଦଳକୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିଛନ୍ତି । ଆଗକୁ ଦଳ ଜନସାଧାରଣଙ୍କ ଆର୍ଥନୈତିକ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ଦଳ ତରଫରୁ କୁହାଯାଇଛି ।

Leave A Reply

Your email address will not be published.