ରାସ୍ତାକଡକୁ ମାଡି ବସିଛନ୍ତି ଅଟୋ ରିକ୍ସା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରର ମୁଖ୍ୟତଃ ଜନ ଗହଳି ଛକ ଭାବେ ବର୍ତ୍ତମାନ ଭେଉଁରିଆ ଛକକୁ ବୁଝାଯାଏ । ପାଖକୁ ଲାଗି ରହିଛି ସର୍ବ ପୁରାତନ ଆର.ବି. ହାଇସ୍କୁଲର ପ୍ରକାଣ୍ଡ ଖେଳ ପଡିଆ । ଯେତେବେଳେ କ୍ରିକେଟ ସିଜନ୍ ଆରମ୍ଭ ହୁଏ ଏଇ ଛକଟି ଜନସମୁଦ୍ରରେ ପରିଣତ ହୋଇଯାଏ, ଯାହା ସ୍ଥାନୀୟ ପ୍ରଶାସନ ଜାଣିଛନ୍ତି । ହେଲେ ଏଇ କେଇ ମାସ ହେଲା ଦେଖାଦେଇଛି, ଏଠି ଏକ ବିରାଟ ସମସ୍ୟା ରାସ୍ତାକଡକୁ ଲାଗି ଅଟୋରିକ୍ସ ଗୁଡିକ ରଖୁଥିବା ଫଳରେ ଜନସାଧାରଣଙ୍କ ଯିବା ଆସିବା କରିବାରେ ପ୍ରତିବନ୍ଧକ ଉପୁଜୁଥିବା ଲକ୍ଷ୍ୟ କରାଯାଉଛି । ତେଣୁ ପ୍ରଶାସନ ପେଟ ପାଟଣା ପାଇଁ ଅଟୋଚାଳକମାନଙ୍କୁ ଏକ ସ୍ଥାୟୀ ଷ୍ଟାଣ୍ଡ ଜାଗାଟିଏ ଚିହ୍ନଟ କରି ସେ ସ୍ଥାନରେ ଅଟୋରିକ୍ସା ଗୁଡିକ ରଖିବାକୁ ଆଦେଶ ପ୍ରଦାନ କରିବାକୁ ଜନସାଧାରଣ ଦାବୀ କରନ୍ତି । ଯଦି ଏହାର ଆଶୁ ସମାଧାନ ଅତିଶୀଘ୍ର କରା ନଯାଏ, ତେବେ ଆଗାମୀ ଦିନରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନକୁ ଏଡାଇ ଦିଆଯାଇ ନପାରେ ବୋଲି ମଧ୍ୟ ବୁଦ୍ଧିଜୀବୀଙ୍କ ମହଲରୁ ଗୁଂଜରଣର ବାର୍ତ୍ତା ଭାସି ଆସୁଛି ।

Leave A Reply

Your email address will not be published.