ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଟିଟଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଙ୍କ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗରେ ସାରା ରାଜ୍ୟରେ ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ଆଜି ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ଟିଟିଲାଗଡ ସହର ସ୍ଥିତ ଜଗନ୍ନାଥ ମନ୍ଦିର ଗଳିରେ ଥିବା ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରମୋଦ ପ୍ରଧାନଙ୍କ ନେତୃତ୍ୱରେ ଆଜି ଟିଟିଲାଗଡ ବିଜେଡି ଦଳ ଧାରଣା ଦେଇଛି । ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ନୋମିନୀ ଅରୁଣ ମିଶ୍ର, ଆଶୁତୋଷ ସାହୁ, ବ୍ଲକ ଅଧ୍ୟକ୍ଷା ନାରୀନେତ୍ରୀ ରମାକାନ୍ତି ପଟେଲ, ସରପଞ୍ଚ ସଂଘ ର ସଭାପତି ବୀରବର ସାହୁ, ରଞ୍ଜିତ ପୃଷ୍ଟି, ଦୟାରାମ ଅଗ୍ରୱାଲ, ଚନ୍ଦ୍ରବଦନ ପୁରୋହିତ ସହିତ ଶତାଧିକ ବିଜେଡି କର୍ମୀ, ଚାଷୀ ନେତା ଓ ଚାଷୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.