csstore

ବୃକ୍ଷ ରୋପଣ କରି ନିଜ ବିବାହ ବାର୍ଷିକ ଉତ୍ସବ ପାଳନ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଓ ପୁର୍ବତନ ବ୍ଳକ ଅଧ୍ୟକ୍ଷ। ମୋନିକା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନିଜ ବାସ ଭବନ ଠାରେ ଆଜି ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଓ ପୂର୍ବତନ ବ୍ଳକ ଅଧକ୍ଷ। ମୋନିକା ସିଂ ଭୋଇଙ୍କ ଆଜି ୨୫ ତମ ବିବାହ ବାର୍ଷିକ ଉତ୍ସବକୁ ବୃକ୍ଷ ରୋପଣ କରି ନିଆଁରା ଢ଼ଙ୍ଗରେ ପାଳନ କରିଥିବା ବେଳେ ପ୍ରତେକ ଲୋକମାନେ ନିଜ ନିଜ ଘରରେ ଗୋଟିଏ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ନିଜ ଜୀବନକୁ ଉତ୍ସ।ହିତ କରନ୍ତୁ ବୋଲି ନିବେଦନ କରିଛନ୍ତି । ଏଥିରେ କଂଗ୍ରେସ ଦଳ ବ୍ଳକ ସଭାପତି ଗୁଣ ସାଗର ମାଝୀ, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ଗଦାଧର ସାହୁ, ସୁବ୍ରତ ପଟ୍ଟନାୟକ, ଟିଟିଲାଗଡ଼ ମିଡ଼ିଆସେଲ ସଂଯୋଜକ ସୁବ୍ରତ ବେହେରା, ବିନେଶ ଗହୀର, ରଞ୍ଜିତ ସାହୁ ଓ ତାଙ୍କ ସୁପୁତ୍ର ସିମରନ ସିଂ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.