ଇଂ ଅମ୍ଳାନ ଷଡ଼ଙ୍ଗୀ ହେଲେ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗିର ଜିଲ୍ଲାରେ ତାଙ୍କର ସମର୍ଥକ ଓ ବନ୍ଧୁ ବର୍ଗଙ୍କ ମଧ୍ୟରେ ଢେର ଉତ୍ସାହ ପରିଲକ୍ଷିତ ହୋଇଛି । ବିଭିନ୍ନ ମହଲରୁ ଅମ୍ଳାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଆସୁଛି । ଗୁରୁଜନଙ୍କ ଆଶୀର୍ବାଦ ଓ ସାଙ୍ଗ ସାଥିଙ୍କ ସହଯୋଗରେ ଆଗକୁ ବଢୁଥିବା କହିଛନ୍ତି । ଆଗକୁ ନିଜ ଦାୟିତ୍ଵକୁ ନିରପେକ୍ଷ ଭାବେ ତୁଲାଇବେ ଏବଂ ୟୁଥ ଫର୍‌ ଆକ୍ସନ ତରଫରୁ ବ୍ୟାପକ ସମାଜସେବା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

Leave A Reply

Your email address will not be published.