csstore

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ‌‌‌ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ସହ ଶିକ୍ଷା ଅଧିକାରୀ ଜନକଲାଲ ମେହେର, ଶିବ ପ୍ରସାଦ ଯୋଷୀ, ପ୍ରେମାନନ୍ଦ ବାରିକ, ମହାଦେବ ବେହେରା, ପ୍ରଫୁଲ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀ, ଡୋଲାମଣି ମାହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ଫଳଫୁଲ ଔଷଧୀୟ ଚାରା ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭୁତି ଭୁଷଣ ମୁଣ୍ଡ, କର୍ମୁ ବିଶ୍ଵାଳ, ପବିତ୍ରା ପାଣିଗ୍ରାହୀ, ସୁନାଳୀ ମହାଲିଙ୍ଗ, ନାରାୟଣ ନାୟକ, ତ୍ରୀଲୋଚନ ମେହେର, ପୁନୀତ ରାମ ସୋନି ତଥା ଅନ୍ୟାନ୍ୟ ସଭ୍ୟସଭ୍ୟା ଓ ବହୁତ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀ ଉଦେଶ୍ୟରେ ଥିବା ପ୍ରଚାର ପତ୍ର ଓ ମୋ ସ୍କୁଲ ଅଭିଯାନ ଦ୍ଵାରା ଦର୍ଶା ଯାଇଥିବା ପ୍ରଦର୍ଶିନୀକୁ ଉଦ୍ଘାଟନ କରିଥିଲେ । ଶେଷରେ ଦୀପାଞ୍ଜଳି ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.