csstore

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ସଇଁନ୍ତଲା ବ୍ଲକ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକକୁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟିର ଦୁର୍ନୀତିର ପ୍ରତିବାଦ କରି ଶତାଧିକ କାର୍ଯ୍ୟକର୍ତ୍ତା ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବ୍ଳକ ଛକ ନିକଟରୁ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଏଥିରେ ସଂପୃକ୍ତ ସମସ୍ତ ଦୋଷୀ ଅଫିସରଙ୍କୁ ଗିରଫ କରିବା ଦାବୀରେ ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ଜରିଆରେ ପ୍ରଦାନ କରିଥିଲେ । ତେବେ ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ, ମୋଦୀ ସରକାର ଦେଇଥିବା ୨୬ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୃର୍ନୀତି, ଆଦିବାସୀ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ଭଳି ଅନେକ ସମସ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି ।ତେବେ ବ୍ଳକ ପକ୍ଷରୁ ପ୍ରକୃତ ଲୋକଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ବିଜେପି ପକ୍ଷରୁ ଦାବୀ କରାଯାଇଥିବା ବେଳେ ଏଥିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ରାଜେଶ ସାହୁ, ବାସୁ ଦେବ ଚୌହାନ, ନରସିଂ ସିଂ, ନରେନ୍ଦ୍ର ସାହୁ, ନିଧି ରଣା, ବୁବୁନ ପାଣିଗ୍ରାହୀ, ଅରୁଣ ବେହେରା, ରଘୁନାଥ ବଗର୍ତ୍ତି, ସମେତ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.