jayashree

ବଡ଼ଦାଣ୍ଡରେ ପ୍ରସ୍ତୁତ ହେଉଛି ତିନି ରଥ : ରଙ୍ଗ ତୁଳୀ କାର୍ଯ୍ୟ ସହ ସାଜସଜ୍ଜା ଜୋର୍‌ସୋର୍‌

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଥଖଳାରୁ ରଥ ନିର୍ମାଣ ଅଗ୍ରଗତି ଶେଷ ପର୍ଯ୍ୟାୟରେ ପହଞ୍ଚି ଆସିଥିବା ବେଳେ ତିନି ରଥଙ୍କୁ ତୁଳୀ ରଙ୍ଗରେ ଚିତାକର୍ଷକରେ ଭରା ଚାଲିଛି । ଆଉ ମାତ୍ର ଛଅଟି ଦିନର ବ୍ୟବଧାନରେ ପ୍ରତିଯୋଗିତା ମୂଳକଭାବେ ବିଭିନ୍ନ ବର୍ଗର କାରିଗରୀ ବିଦ୍ୟାଧାରୀ ସେବାୟତମାନେ କର୍ମବ୍ୟସ୍ତତା ଭିତ୍ତିରେ ନିମ୍ନଜିତ ହୋଇଛନ୍ତି । ହେଲେ କାଳିଆର ଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ସାଜସଜ୍ଜା ଢ଼େର ଗତିରେ ଚାଲିଛି । ଚଳଚଞ୍ଚଳମୟ ଜଗନ୍ନାଥ ଧର୍ମରେ ଭାବ ବିହ୍ଵଳରେ ବାନ୍ଧି ଆଣୁଛି, ଶ୍ରୀକ୍ଷେତ୍ର ଭୂମି ।

ଆଜିର ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ ମୋଟ ୧୯୭ ତିନି ରଥର ମୋଟ ମହାରଣା – ୭୮, ତିନି ରଥର ଭୋଇ ସେବକ – ୭୬, ତିନି ରଥ କରତି ସେବକ – ୫, ପାହି ମହାରଣା – ୧, ଓଝା ବା କମାର ସେବକ – ୧୬, ତୁମ୍ବ ବିନ୍ଧ କାରୀଗର – ୧, ତିନି ରଥର ରୂପକାର ସେବକ – ୧୯, ରଥ ଖଳା ସହାୟକ – ୧ । ରଥ ନିର୍ମାଣ ଅଗ୍ରଗତି ତିନି ରଥର ‘ପ୍ରଭା’ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନି ରଥର ବେଦୀ ପାର୍ଶ୍ୱ ପଟାତଳେ ହଂସ ପଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଅଛି । ନନ୍ଦିଘୋଷ ରଥର ବିଜେ ଚକା ନିର୍ମାଣ ଶେଷ ହୋଇଅଛି । ନନ୍ଦିଘୋଷ ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଥିଲା ଆଜି ବାଲି କାଗଜ ଦ୍ୱାରା ଗୁଣ୍ଠି ଗୁଡିକର ପଲିସ କାର୍ଯ୍ୟ ଶେଷ ହୋଇଅଛି । ଏଥିସହ ଆଜି ଶ୍ରୀ ମନ୍ଦିର ପ୍ରଶାସନ ଅଧିକ୍ଷଣ ଯନ୍ତ୍ରୀ ସହ ଅନୁଧ୍ୟାନ ଟିମ ତିନି ରଥର ନିର୍ମାଣ କାର୍ଯ୍ୟରେ କେଉଁଠି କଣ ତୃଟି ରହିଛିକି ନାହିଁ ଅନୁଧ୍ୟାନ କରିବାସହ ମୁଖ୍ୟ ମହାରଣା ମାନଙ୍କ ସହ ଆଲୋଚନା କରିଥିଲେ । ଆଜି ଚିତ୍ରକାର ସେବକ ମାନେ ତିନି ରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବାସହ ତିନି ରଥର ଚକରେ ପଦ୍ମ ପାଖୁଡା ଚିତ୍ରରେ ରଙ୍ଗ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଘୋଡା କ୍ଳାମ୍ପ ନିର୍ମାଣ ସାରି ଯୋଗାଇଛନ୍ତି । ଦରଜୀ ସେବକ ମାନେ ତିନି ରଥର ଦୁଆର ବେଢା ପାଇଁ କାନା କଟିଙ୍ଗ ପରେ ଲେସ କାମ କରୁଛନ୍ତି ।

Leave A Reply

Your email address will not be published.