ପଦ୍ମା ବରିହାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଜନାଟିର ସଫଳ ରୂପାୟନ କରିବା ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ଭୂମିକା ରହିଛି, ହେଲେ ଜନପ୍ରତିନିଧି ଓ ପ୍ରଶାସନର ଉଦାସୀନତା ମନୋବଳ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଟିଆଭଟା ଗ୍ରାମ ପଞ୍ଚାୟତର ଆଦିବାସୀ ଗରିବ ମହିଳାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପଦ୍ମା ବରିହାକୁ ୭୦ ବର୍ଷ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଜନପ୍ରତିନିଧି ମାନଙ୍କୁ ଗୁହାରି କରିଥିଲେ ମଧ୍ୟ ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ପଦ୍ମାବତୀ ବରିହାଙ୍କୁ ଭତ୍ତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.