ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ବଲାଙ୍ଗିର ସହରର ରାଜୀବନଗରରେ ଶ୍ରୀଦେବୀ କୁମ୍ଭାର (୭୫) ବହୁ ବର୍ଷରୁ ଭିକ୍ଷାବୃତ୍ତି କରି ଏକ କୁଡ଼ିଆରେ ରହି ଆସୁଥୁଲେ । ତେବେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ୟ ଜାତି ଯୋଗୁଁ ସାହି ପଡିସା କେହି ଆସିନଥିଲେ । ଏନେଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଫୋନ ଆସିବା ପରେ ବିଳମ୍ବ ରାତିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନେ ପହଂଚି ଶବକୁ ଉଦ୍ଧାର କରି ସ୍ଥାନୀୟ ହାଟପଦାପଡା ଠାରେ ସସମ୍ମାନେ ସତ୍କାର କରିଥିଲେ । ବିଙ୍ଗ ହ୍ୟୁମାନର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ବ୍ରଜଗୋପାଳ ସିଂ, ପ୍ରିତମ ବରାଡ଼, ବାପିନା ମହାରଣା, ପିଙ୍କୁ ବରାଳ, ମଣ୍ଟୁ କୁମ୍ଭାର ଆଦି ଏହି ମହତ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଏହି ମହତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।