jayashree

ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ବହୁଡ଼ିବେ ଦେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାର ବଉରାପିଟାଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମା’ ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଯାଇଛି । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା ଆରମ୍ଭ ହୋଇଥିଲା । ଏହି ପୂଜା ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଅପୁତ୍ରିକମାନେ ଆସି ଗୁହାରୀ କରିଥିବା ବେଳେ ପୂର୍ବରୁ ଏପରି ଗୁହାରୀ କରି ସଫଳତା ପାଇଥିବା ସମ୍ପତି ଆସି ମାନସିକ ପ୍ରଦାନ କରିଥିଲେ । ଚିରାଚରିତ ପ୍ରଥା ଅନୁସାରେ ଶନିବାର ଯାତ୍ରା ସମ୍ପର୍ଣ୍ଣ ହେବା ପରେ ପୁର୍ବାହ୍ନ ୩ଟା ପରେ ଦେଝାରକୁ ପାଟଖଣ୍ଡା ଦେବୀଙ୍କ ବାହୁଡ଼ା ବିଜୟ ବା ଅନ୍ତିମ ଯାତ୍ରା ହେବ । କେବଳ ଦେଓଗାଁ ବ୍ଲକ କି ବଲାଙ୍ଗିର ଜିଲ୍ଲା ନୁହେଁ ବିଭିନ୍ନ ପଡ଼ୋଶୀ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ବିଭିନ୍ନ ଗାଁର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.