abasyaka

ବାଲି ଚୋରା ଚାଲାଣରେ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ୧୧ଟାରେ ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୨ଟି ହାୱାଇ ଓ ୨ଟି ଟ୍ରାକ୍ଟରକୁ ବାଲି ଚୋରା ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନକିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ହାୱାଇ ପ୍ରତି ୪୦, ୦୦୦ ହଜାର ଓ ଟ୍ରାକ୍ଟର ପ୍ରତି ୧୦, ୦୦୦ ହଜାର ଲେଖାଏଁ ସମୁଦାୟ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦିଆଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଓ ରାଜସ୍‌ସ୍ୱ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − three =