oom

ଗାଁ ଗାଁ ବୁଲି କରୋନାରେ ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କଲେ ବିଧାୟକ ସରୋଜ ମେହେର

jsmm

ବେଲପଡା, (କରୁଣାକର ବୁଡ଼େକ) : କରୋନା ସଂକ୍ରମଣ ଯୋଗୁଁ ବହୁ ପରିବାର ଉଜୁଡି ଯାଇଛି । ଅକାଳରେ ବହୁ ଲୋକ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ଦୁଖଃର ସାଥି ହେବାପାଇଁ ପାଟଣାଗଡ଼ ବିଧାୟକ ନିଷ୍ପତି ନେଇଛନ୍ତି ଏବଂ ବିଭିନ୍ନ ଗାଁ ଗାଁକୁ ପରିଦର୍ଶନ କରୁଛନ୍ତି । ଏଥିପାଇଁ ଗୁରୁବାର ବିଧାୟକ ସରୋଜ ମେହେର ବେଲପଡା ବ୍ଲକକୁ ଗସ୍ତ କରି କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଶ୍ରୀ ବିଧାୟକ ପ୍ରଥମେ ଯୁବା ପଞ୍ଚାୟତରକୁ ଆସି ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ଏହାପରେ ତେନ୍ତୁଲିମୁଣ୍ଡା, ଧୂମାଭଟା, ମଣ୍ଡଳ, ମଧ୍ୟପୁର, ସୁଲେକଲା, ବାହାବଲ, ସିହିନୀ, କାନୁଟ, ସଲାଣ୍ଡି,ଭାରିଆପାଲି,ବାଗଦୋର, ସରମୁହାଣ,ନୁନହାଡ଼, ବେଲପଡା, କନ୍ଧେନଝୁଲା,ଗମ୍ଭୀର ପଞ୍ଚାୟତର ବିଭିନ୍ନ ଗାଁକୁ ପରିଦର୍ଶନ କରି ପ୍ରାୟ ୬୮ ଜଣ ପରିବାର ଲୋକଙ୍କୁ ସାକ୍ଷାତକରି ସାନ୍ତ୍ୱନା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ପରିଭ୍ରମଣ ସମୟରେ ତାଙ୍କ ସହ ବେଲପଡା ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ପ୍ରଦୀପ ମେହେର, କୁମୁଡ଼ ମହାକୁଡ଼, ରାଜ କୁମାର ପ୍ରାଣିଗାହୀ, ପ୍ରଦୀପ ବେହେରା, ଟିକେମଣି ମେହେର, ସାଧୁ ଦଣ୍ଡସେନା, ଭୀମରାଜ ମାଝୀ, ବନିତା ଖମାରୀଙ୍କ ସହ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.