csstore

ବାଇକ ଦୁର୍ଘଟଣାଗ୍ରସ୍ତ : ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଆହତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ୪୨ ନମ୍ବର ମୁଖ୍ୟରାସ୍ତା ବେହେରା ମେଡିକାଲ ଷ୍ଟୋରଠାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛି । ଆଜି ଅପରାହ୍ନରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଯାଇ ଫେରୁଥିବା ବେଳେ ବେହେରା ମେଡିକାଲ ଷ୍ଟୋର ନିକଟରେ ଏକ କୁକୁର ଧାଇଁ ଆସିବାରୁ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସାମ୍ବାଦିକ ଜଣକ ଛିଟିକି ପଡି ଅଧିକ ରକ୍ତସ୍ରାବ ହୋଇଥିଲା । ପରେ ତାଙ୍କର ପଛେ ପଛେ ଆସୁଥିବା ସହ ଯୋଗୀ ସାମ୍ବାଦିକ ହୁଲେଶ୍ୱର ହଂସ ଉଦ୍ଧାର କରି ତାଙ୍କ ବାଇକରେ ବସାଇ ବଙ୍ଗୋମୁଣ୍ଡା ହସପିଟାଲକୁ ଆଣିଥିଲେ । ପରେ ଦୁର୍ଘଟଣା ହେବା ଖବର ଶୁଣି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ଡ. ନାରାୟଣ ମିଶ୍ର, ରେଣୁରଞ୍ଜନ ବାଗ, ଲବ ମହାକୁର, ଦୈତାରୀ ଯୁଗ୍ନିଆ, ବିନେଶ କିଶାନ, ଗାନ୍ଧୀ ବଗର୍ତ୍ତୀ, ଭକ୍ତବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଚିକିତ୍ସାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.