oom

ଟୀକାକରଣ କେନ୍ଦ୍ର ନିକଟରେ ଗଞ୍ଜାମ ପୋଲିସର ଫାଇନ ଆଦାୟକୁ ନେଇ ଅସନ୍ତୋଷ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗତ ୨୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତି ବିଶେଷଙ୍କ କୋଭିଡ ଟିକାକାରଣ ଚାଲିଛି । ଟୀକାକରଣ କେନ୍ଦ୍ର ସମ୍ମୁଖ ମୁଖ୍ୟ ରାସ୍ତାରେ ହିଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୋଭିଡ ଟିକା ନେବାକୁ ବାଇକରେ ଆସୁଥିବା ବ୍ୟକ୍ତିମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଥିବା ନେଇ ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳରେ ୧୮ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନେ ପ୍ରଥମଥର ଟୀକା ନେବାପାଇଁ ଆଗ୍ରହ ସହ ଟୀକା ନେବାକୁ ଟୀକାକରଣ କେନ୍ଦ୍ରକୁ ଆସୁଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଟୀକାକରଣ କେନ୍ଦ୍ର ବାହାରେ ଅଞ୍ଚଳବାସୀ ସେମାନଙ୍କ ସମ୍ପର୍କୀୟଙ୍କୁ ବାଇକରେ ନେଇ ଘରକୁ ଫେରୁଥିବା ବେଳେ ଟୀକାନେବାର ପ୍ରମାଣ ପତ୍ର ଦେଖାଇଥିଲେ ମଧ୍ୟ ୫ଶହ ଟଙ୍କା ପୋଲିସ ଫାଇନ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟୀକାକରଣ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସମୟ ବିଶ୍ରାମ ନେଇ ଘରକୁ ଯିବାପାଇଁ ସୂଚନା ରହିଥିବା ବେଳେ ଟୀକାକରଣ କେନ୍ଦ୍ରରେ ପ୍ରବଳ ଭିଡ ଜମୁଥିବା ଯୋଗୁଁ ଲୋକେ ଘରେ ବିଶ୍ରାମ କରିବାକୁ ପସନ୍ଦ କରିଥାନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.