jsm

ଦିନ ମଜୁରିଆ ଗରିବ ଆଦିବାସୀ ବାସୁଦେବ ଧରୁଆଙ୍କୁ ଆବାସ ଯୋଜନାରେ ବାସ ଗୃହ ମିଳିବ କେବେ ?

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି ହେଲେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯାହାଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଭାଗ୍ୟକୁ ଆଦରି ନେଉଛନ୍ତି । ସରକାରଙ୍କ ନିୟମାନୁସାରେ ସାମାଜିକ ଅର୍ଥନୈତିକ ସର୍ଭେରେ ନାମ ରହିଥିବା ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ଘର ପାଇବା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଇଥାଏ ହେଲେ ହିତାଧିକାରୀ ଚୟନ ପ୍ରକିୟାରେ ମଧ୍ୟ ପାତର ଅନ୍ତର କରାଯାଉଥିବା ସହ ଅଧିକାରୀଙ୍କ ଅର୍ଥର ଲଲୁପ ମନୋଭାବ ଯୋଗୁଁ ମଧ୍ୟ ବହୁ ଗରିବ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ ପାଇକମାଲ ବ୍ଳକ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଅବସ୍ଥିତ ଜର୍ଜଗଡ ଗ୍ରାମର ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଧରୁଆ ଏବଂ ଦୁଇ ପୁଅ ଝିଅ ଚାରିଜଣ ସଦସ୍ୟ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ଏକ ଭଙ୍ଗା ଦଦରା ମାଟି ଘରେ ଜରି ଛାଉଣୀ କରି ରହୁଛନ୍ତି । ଚାରି ପ୍ରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ବାସୁଦେବ ଧରୁଆ ଜଣେ ଦିନ ମଜୁରୀଆ ସୋଇଥିବାରୁ ଅନ୍ୟର ମୂଳ ଲାଗି ନିଜ ପରିବାର ପ୍ରତିପୋଷଣ ସହ ଗୁଜୁରାଣ ମେଣ୍ଟାଇଥାନ୍ତି । ବସୁଦେବ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବହୁ ବାର ଆବେଦନ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

yuvodaya
Leave A Reply

Your email address will not be published.