oom

ସଇଁନ୍ତଲା ଅଞ୍ଚଳରେ ବଢୁଛି ଲୁଟେରାଙ୍କ ରାଜ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଏବେ ଦିନକୁ ଦିନ ଲୁଟେରାଙ୍କ ରାଜ ବଢ଼ିବାରେ ଲାଗିଛି । ଲୁଟେରା ମାନେ ଚୋରା ଚାଲାଣ କରିବାରେ ସକ୍ରିୟ ବଢି ଚାଲିଛି ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଲକଡାଉନର ଫାଇଦା ନେଇ ଆଜି ବିଳମ୍ବିତ ରାତିରେ ସ୍ଥାନୀୟ ନବୀନ ଛକର ଅମରେଶ ସାହୁଙ୍କର ଗେରେଜରୁ ନିଛାଟିଆ ଦେଖି ବିଳମ୍ବିତ ରାତିରେ ୨ଲକ୍ଷରୁ ଅଧିକ ଟଙ୍କାର ମୋଟ ସାଇକେଲର ବିଭିନ୍ନ ପାର୍ଟ ଗୁଡିକ ଚୋରି ହୋଇଥିବା ଏନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ହେବା ପରେ ସ୍ଥାନୀୟ ପୁଲିସ ଏଏସଆଇ ରବୀନ୍ଦ୍ର ସାହୁ ଓ ଭୁବନେଶ୍ୱର ଭୋଇ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି । ସୂଚନା ମତେ କିଛି ଦିନ ତଳେ ବ୍ଳକର ଘୁନସର ଦେଶୀ ମଦ ଭାଟିରୁ କିଛି ଦୁର୍ବୃତ୍ତ ମାନେ ମଦ ଭାଟିରେ ଗଣ୍ଡଗୋଳ କରିବା ସହ କିଛି ଟଙ୍କା ନେଇ ଫେରାର ମାରିଥିଲେ । ଯାହାକୁ ନେଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନେ ଧରା ପଡିନାହାନ୍ତି । ଅନ୍ୟପଟେ ଗତ ଦୁଇ ଦିନ ତଳେ ବରଗାଁ ଛକର ଝୁନୁ କୁମ୍ଭାରଙ୍କ ଦୋକାନରୁ ବିଳମ୍ବିତ ରାତିରେ ମଧ୍ୟ ଏକ ପିକପ ଭ୍ୟାନରେ ଆସି କିଛି ସାମଗ୍ରୀ ମଧ୍ୟ ଚୋରୀ ହୋଇଥିଲା । ଯାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଲଗାତାର ଭାବରେ ଦୁର୍ବୃତ୍ତ ମାନେ ଚୋରୀ କରୁଥିବା ବେଳେ ପୁଲିସ ଅଭିଯୁକ୍ତ ମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରି ପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଛି । ତେବେ ପ୍ରଶାସନ ପକ୍ଷରୁ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ସାଧାରଣରେ ଦାବୀ ହେଉଛି । ଅନ୍ୟପଟେ ଲଗାତାର ଭାବରେ ଲୁଟେରା ମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ପେଟ୍ରୋଲିଂଙ୍ଗ କରୁଥିବା ବେଳେ ଲୁଟେରା ମାନେ ଏଭଳି ଭାବରେ ଚୋରୀ କରିବାରେ କିଭଳି ଭାବେ ସକ୍ଷମ ହେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହେବ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି ।

jittmm
Leave A Reply

Your email address will not be published.