oom

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

jsmm

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କୋରନା ମହାମାରୀ ଓ ଗ୍ରୀଷ୍ମ ପ୍ରବାହରେ ରକ୍ତର ଘୋର ଅଭାବ ଦୂର କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁନ୍‌ନ୍ତଲା ବ୍ଲକ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟ ଯୁବ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ସ୍ଥାନୀୟ ସରପଞ୍ଚ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ପ୍ରଧାନ ଓ ବ୍ଲକ ଛାତ୍ର ସଭାପତି ହେମନ୍ତ ଛୁରିଆଙ୍କ ସଂଯୋଜନାରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ୟ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ସଭାପତି ଗୁଞ୍ଜ ଖାନ, ସୋସିଆଲ ମିଡ଼ିଆର ସଂଯୋଜକ ବିଭୁତି ମିଶ୍ର, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ସୋମନାଥ ମିଶ୍ର, ଆଗଲପୁର ଯୁବ ସଭାପତି ନାରାୟଣ ସାହୁ, ଯୁବ ସମ୍ପାଦକ କୁନାଲ ସରକାର, ଛାତ୍ର ସଭାପତି ପିଣ୍ଟୁ ଯୋଶୀ, ଉପସଭାପତି ଟିବୁଲୁ କଦମ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡଗର ସାହୁ ବରିଷ୍ଠ ସଦସ୍ୟ ପ୍ରସନ୍ନ ସାହୁ, ଯୁବ ସ୍ୱେଚ୍ଛାସେବୀ ସରୋଜ କୁମାର ମହାକୁର ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ନିତ୍ୟନନ୍ଦ ସାହୁ, ଶ୍ରୀପତି ପ୍ରଧାନ, ଅରୁଣ ନାୟକ, ପ୍ରେମରାଜ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଦିବ୍ୟଚନ୍ଦ୍ର ରଥ, ରାହୁଲ ଦେହୁରୀ ସହଯୋଗ କରିଥିଲେ । ରକ୍ତଭଣ୍ଡାରୁ ଅଶୋକ ଧଳ, ସୁଶୀଲ ସୁନା, ଦୀପକ ସେନ, ରକ୍ତ ସଂଗ୍ରହ କରିଥିଲେ ।

jittmm
Leave A Reply

Your email address will not be published.