କରୋନା ଆକ୍ରାନ୍ତ ହେଲେ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ । ଗତକାଲି ଶ୍ରୀ ବାହିନୀପତିଙ୍କ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ରିପୋର୍ଟ ପଜିଟିଭ ଆସିବା ପରେ ଶ୍ରୀ ବାହୀନୀ ପତି ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏନେଇ ତାରାପ୍ରସାଦଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.