ଭୁବନେଶ୍ୱର ସାଂସଦଙ୍କ ପ୍ରମୁଖ ଉତ୍ସର୍ଗୀକୃତ ଭାବେ ନିଃଶୁଳ୍କ ସେବାର ଲୋକାର୍ପଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗତକାଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରମୁଖ ନିଃଶୁଳ୍କ ଉତ୍ସର୍ଗୀକୃତ ସେବାକୁ ଜନହିତରେ ଲୋକାର୍ପଣ କରିଛନ୍ତି । ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଏବଂ ବିଭିନ୍ନ ସାମାଜିକ ସଂଗଠନ ଆନୁକୂଲ୍ୟରେ ନିଃଶୁକ୍ଳ ଅକ୍ସିଜେନ-ବ୍ୟାଙ୍କ ସେବା, ନିଃଶୁଳ୍କ ଭୋଜନ ବିତରଣ ସେବା, ନିଃଶୁକ୍ଳ ଆମ୍ବୁଲାନ୍ସ- ସେବାର ଶୁଭାରମ୍ଭ କରିଛନ୍ତି । ଏହା ଆଗାମୀ ଦିନରେ ଜନସାଧାରଣଙ୍କ ହିତ- ଉଦ୍ଦେଶ୍ୟରେ ମାନବସେବା ହିଁ ମାଧବ ସେବା ସଦୃଶ ଭଳି ବ୍ୟାପକ କାର୍ଯ୍ୟକାରୀ ହେବ ବୋଲି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.