oom

ବୈଦ୍ୟରାଜ ଧର୍ମୁ ସାହୁଙ୍କ ଦେହାନ୍ତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଚେରଙ୍ଗାଝାଞୀ ଗ୍ରାମର ସୁନାମଧନ୍ୟ ବୈଦ୍ୟ ରାଜ ଧର୍ମୁ ସାହୁ(୯୧)ଙ୍କ ଦେହାନ୍ତ ହୋଇଯାଇଛି । ବିଶିଷ୍ଟ ବୈଦ୍ୟରାଜ ନରସିଂହ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ସ୍ଵର୍ଗତ ସାହୁ ଶ୍ଵାସ ଜନୀତ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କେବେ ଡ଼ାକ୍ତରୀ ଔଷଧ ସେବନ କରୁ ନଥିଲେ । ସେ ଅଞ୍ଚଳରେ ଜଣେ ନାମକରା ବୈଦ୍ୟ ରାଜ ଭାବରେ ବେଶ ପରିଚିତ ଥିଲେ । ରୋଗୀ ମାନଙ୍କର ସେବା କରୁଥିବାରୁ ତାଙ୍କ ଘରକୁ ସକାଳୁ ସଞ୍ଜ ଯାଏ ଲୋକଙ୍କ ଭିଡ ରହୁଥିଲା । ତାଙ୍କ ଘରକୁ ଅଞ୍ଚଳର ସମସ୍ତେ ବୈଦ୍ୟ ଘର ବୋଲି ଜାଣନ୍ତି । ରାଜ ଯକ୍ଷ୍ମା ରୋଗ, ଏକଅଙ୍ଗିବାତ ରୋଗ, ଡାକ୍ତରୀ ଔଷଧ ଛାଡ଼ୁନ ଥିବା ବେଳେ ସ୍ଵର୍ଗତ ବୈଦ୍ୟରାଜ୍ୟ ସାହୁ ବୈନୋଷଧି ଚେରି ମୂଳୀ ଔଷଧରେ ଚିକିତ୍ସା କରୁଥିଲେ ଏବଂ ଅଞ୍ଚଳର ଅନେକ ଯକ୍ଷ୍ମା, ଏକଅଙ୍ଗିବାତ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ତାଙ୍କଠାରୁ ଔଷଧ ଖାଇ ଆରୋଗ୍ୟ ହେଉଥିଲେ । ସ୍ଵର୍ଗତ ସାହୁ ଲକ୍ଷ୍ମଣ ମିଶ୍ରଙ୍କ ତାଳପତ୍ର ପୋଥୀରୁ ଅଧ୍ୟୟନ କରି ନିଜେ ଔଷଧ ଭାଗ ତିଆରି କରି ନିଜେ ଔଷଧ ସେବନ କରିବା ସହ ଅନ୍ୟ ରୋଗୀମାନଙ୍କୁ ସେବନ କରିବାକୁ ଦେଉଥିଲେ । ସେ ଗଞ୍ଜାମ ଜିଲ୍ଲାର ବେଳଗୁଣ୍ଠାରୁ ସୁଦକ୍ଷ ବୈଦ୍ୟରାଜ ଭାବେ ବୈଦ୍ୟରାଜ ସେକେଣ୍ଡ ଡିଭିଜନ ସାର୍ଟିଫିକେଟ ହାସଲ କରି ପାରିଥିଲେ । ତାଙ୍କର ପାଞ୍ଚ ପୁଅ, ଅଙ୍କୁର ସାହୁ, ଫକିର ସାହୁ, ସାମ୍ବାଦିକ ଗଙ୍ଗାଧର ସାହୁ, ଜିପ ସାହୁ, ନରେନ୍ଦ୍ର ସାହୁ, ବଡ଼ ବୋହୂ ସୂବର୍ଣ୍ଣ ମଞ୍ଜରୀ, ଗିତାଞ୍ଜଳୀ, କୈାଶଲ୍ୟା, ଝିଅ ବସନ୍ତ ଓ ସୁମିତ୍ରା ତାଙ୍କ ମୃତ୍ୟୁ ବେଳକୁ ଉପସ୍ଥିତ ଥିଲେ । ବଡ଼ ପୁଅ ଅଙ୍କୁର ସାହୁ ମୁଖାଗ୍ନି ଦେଇଥିଲେ। ସ୍ଵର୍ଗତ ସାହୁ ଜଣେ ପରାଣ ଗାୟକ ଓ ଧାର୍ମିକ ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କର ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଗଭୀର ଶୋକ ପ୍ରକାଶ କରିବା ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jittmm
Leave A Reply

Your email address will not be published.