oom

ସିଆର୍‌ପିଏଫ୍‌ ପକ୍ଷରୁ ହରିଶଙ୍କରରେ ସଫେଇ ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବେଶ୍‌ ଆକର୍ଷଣୀୟ ଶୈବପୀଠ ହେଉଛି ଐତିହ୍ୟସଂପନ୍ନ ହରିଶଙ୍କର । ହରି ଓ ଶଙ୍କରଙ୍କ ମିଳନ ସ୍ଥଳୀ ଭାବେ ହରିଶଙ୍କର ତୀର୍ଥକ୍ଷେତ୍ର ସାରା ଭାରତରେ ସୁନାମ ଅର୍ଜନ କରିଛି । ବର୍ଷର ସବୁ ସମୟରେ ଏହି ତୀର୍ଥକ୍ଷେତ୍ରରେ ଭକ୍ତମାନଙ୍କ ଗହଳି ଲାଗି ରହୁଥିବା ବେଳେ ବିଶେଷ କରି ଗ୍ରୀଷ୍ମ କାଳରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ତଥା ହରିଶଙ୍କରର ଚିରସ୍ରୋତା ଝରଣାର ଥଣ୍ଡା ପାଣିରେ ଗାଧୋଇବା ପାଇଁ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ପୁଣି ମହାଶିବରାତ୍ରୀ, ବୈଶାଖ ମେଳା ତଥା ଶ୍ରାବଣ ମାସର ବୋଲ୍‌ବମ୍‌ ସମୟରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଏହି ତୀର୍ଥକ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ହରିଶଙ୍କରର ପରିବେଶ ଦୂଷିତ ହେଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ୍‌ ହୋଇ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ହରିଶଙ୍କର ମନ୍ଦିରର ଆଖପାଖ ଅଂଚଳ ସଫା କରାଯାଇଛି । ପୀତବାସ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଘନକାନ୍ତ ବାରୋ, ବିବେକ ଆର୍‌, ରତନ ରାୟ, ନିଖିଲ ଏକେ, ତାପସ ଦେବବର୍ମା, ଏସ୍‌.କେ.ତିପାଠୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବହୁ ଯବାନ୍‌ ସଫେଇରେ ସାମିଲ୍‌ ହୋଇଥିଲେ ।

jittmm
Leave A Reply

Your email address will not be published.