ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪୨ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର କାୟା ବିସ୍ତାର ଜାରି ରହିଛି । ୟୁପି, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅଧିକାଂଶ ରାଜ୍ୟରେ ପ୍ରତିବନ୍ଧକ ମଧ୍ୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୧୧ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୩,୮୪୭ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ, ବ୍ଲାକ୍‌ ଫଙ୍ଗସ୍ ମଧ୍ୟ ଦେଶରେ ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି ।

ଭାରତରେ ୨,୧୧,୨୯୮ ନୂତନ କରୋନା ମାମଲା ପରେ ମୋଟ ସଂକ୍ରମିତ ସଂଖ୍ୟା ୨,୭୩,୬୯,୦୯୩ରେ ପହଞ୍ଚିଛି । ୩,୮୪୭ ନୂତନ ମୃତ୍ୟୁ ପରେ, ମୋଟ ମୃତ୍ୟୁ ସଂଖ୍ୟା ୩,୧୫,୨୩୫କୁ ବୃଦ୍ଧି ପାଇଛି । ୨,୮୩,୧୩୫ ନୂତନ ସୁସ୍ଥତା ପରେ ସମୁଦାୟ ସୁସ୍ଥତା ସଂଖ୍ୟା ୨,୪୬,୩୩,୯୫୧ ହୋଇଛି । ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୪,୧୯,୯୦୭ ।

Leave A Reply

Your email address will not be published.