କରୋନାରେ ବୈଷ୍ଣବ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମ ବୈଷ୍ଣବ ମେହେରଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହେଉଥିଲା । ଶ୍ରୀ ମେହେର କରୋନାରେ ଆକ୍ରାନ୍ତ ହୋଇ ଭିମସାର ବୁର୍ଲାଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ପଛରେ ବାପା ସତ୍ୟାନନ୍ଦ ମେହେର, ମାଁ ତପସ୍ୱିନୀ ମେହେର, ସ୍ତ୍ରୀ ପିଙ୍କି ମେହେର, ପୁଅ ଆଦର୍ଶ ମେହେର, ଝିଅ ଅର୍ଚ୍ଚିତା ମେହେରଙ୍କୁ ଛାଡି ଚାଳିଯାଇଛନ୍ତି । ସ୍ୱର୍ଗତ ମେହେର ଜଣେ ଅର୍ଥ ଲଗାଣ ସଂସ୍ଥାରେ କାମ କରୁଥିଲେ ସେ ମେଳାପି ବନ୍ଧୁ ବତ୍ସଲ ବ୍ୟକ୍ତିତ୍ୱ ଭାବରେ ବେଶୀ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.