ଶବ ସତ୍କାର ଭଳି ମାନବିକତା ପ୍ରଦର୍ଶନ କରି ବ୍ରହ୍ମପୁର ବିଧାୟକ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶ୍ରୀରାମ ନଗର ତୃତୀୟ ଲାଇନ ନିବାସୀ ଜଣେ ଦିବ୍ୟାଙ୍ଗ କୈଳାସ ସାମଲ ନାମକ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ଯୁବକଙ୍କ ଶବ ସତ୍କାର କରି ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ସୂଚନା ପ୍ରକାରେ ୪୨ ବର୍ଷୀୟ କୈଳାଶ ସାମଲ ଜଣେ ଗରିବ । ଏହା ସହ କୈଳାସ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ମଧ୍ୟ ଦିବ୍ୟାଙ୍ଗ ଅଟନ୍ତି । ଗତ କିଛିଦିନ ଧରି ଜ୍ବରରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ କୈଳାସ । କିନ୍ତୁ ଗତକାଲି ଦିନ ଦ୍ବିପହରେ କୈଳାଶଙ୍କ ମୃତ୍ୟ ଘଟିଥିଲା । କୈଳାଶଙ୍କ ଘରେ ଆଉ କେହି ନଥିବା କାରଣରୁ ସାହି ବାସିନ୍ଦା ଏନେଇ ତୁରନ୍ତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଖବର ପାଇ ତୁରନ୍ତ ବିଧାୟକ କୈଳାଶଙ୍କ ଘରେ ପହଞ୍ଚି ସମବେଦନା ଜ୍ଞାପନ କରିବା ସହ କୈଳାଶଙ୍କ ଅନ୍ତିମ ସଂସ୍କାର କରିବା ଲାଗି ସାହି ବାସିନ୍ଦାଙ୍କ ସହ ମିଶି ସମସ୍ତ ବ୍ୟବସ୍ଥା କରିଥିଲେ । ସାହି ବାସିନ୍ଦାଙ୍କ ସହଯୋଗ କ୍ରମେ କୈଳାଶଙ୍କ ମୃତ ଶରୀରକୁ ନୀଳକଣ୍ଠେଶ୍ୱର ଶ୍ମଶାନକୁ ଅଣାଯାଇ ସମସ୍ତ ରୀତିନୀତି ଅନୁଯାୟୀ କ୍ରିୟାକର୍ମ କରିବା ସହ ବିଧାୟକ ନିଜେ ଶବକୁ ସତ୍କାର କରିଥିଲେ । ରାଜ୍ୟ ସରକାର ନବିନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଯାହାର କେହି ନାହିଁ ତାହାର ସରକାର ଅଛନ୍ତି ,ଏଭଳି ବାର୍ତ୍ତାକୁ ଅନୁସରଣ କରି ବିଧାୟକ ଏହି କାର୍ୟ୍ୟ କରୁଥିବା କହିଛନ୍ତି । ଏଭଳି ଦୁଃଖ ଓ ଦୁର୍ଦ୍ଦିନ ସମୟରେ ବିଧାୟକ ବିକ୍ରମ ପଣ୍ଡା ଲୋକଙ୍କ ନିକଟରେ ପହଞ୍ଚି ସାହାଯ୍ୟ କରୁଥିବା ସହ ମାନବିକତାର ପରିଚୟ ଦେଇଥିବା ହେତୁ ବ୍ରହ୍ମପୁରବାସୀ ବିଧାୟକଙ୍କୁ ଖୁବ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.