jayashree

ଗୁଳିମାଡରେ ବନ କର୍ମଚାରୀ ମୃତ୍ୟୁ ଘଟଣା : ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଳବାହାଲ ଛକ ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବନ ବିଭାଗ ଫରେଷ୍ଟର ଗାର୍ଡ ଯୁଗେଶ୍ଵର ବୁଡେକ(୧୯)ଙ୍କୁ ଗୁଳି ବିନିମୟ କରି ହତ୍ୟା ଘଟଣାରେ ଦୁଇଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତମାନେ ହେଲେ ବ୍ଳକର ଡୁମେରମୁଣ୍ଡା ଗ୍ରାମର ଜବଦୁ ବଗର୍ତ୍ତି ଓ ରେଙ୍ଗାଳବାହାଲ ଗ୍ରାମର ବନମାଲି ବିଶ୍ୱାଲ । ତେବେ ସଇଁନ୍ତଲା ଡାକ୍ତରଖାନାରେ ଉଭୟଙ୍କ କରୋନା ଟେଷ୍ଟ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଉଭୟଙ୍କ ନିକଟରୁ ପୁଲିସ ଏକ ସିଙ୍ଗିଲ ବ୍ୟାରେଲ ବନ୍ଧୁକ ଜବତ କରିଛି ।ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ପ୍ରାୟ ୯ଟା ବେଳେ କରମତଲା ବିଟ୍‌ର ଫରେଷ୍ଟର୍‌ ସୁଧୀର ଜେନାଙ୍କ ସହିତ ମିଶି ଜୁଗେଶ୍ୱର ପାଟ୍ରୋଲିଂ ପାଇଁ ଯାଇଥିଲେ । ରେଙ୍ଗାଲବାହାଲ ଗାଁ ନିକଟରେ ଦୁଇ ତିନି ଜଣ ବ୍ୟକ୍ତି ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିବା ସେମାନେ ଦେଖିଥିଲେ । ଏହା ପରେ ସେମାନେ ପାଟି କରିଥିଲେ ଓ ଉକ୍ତ ଲୋକମାନଙ୍କୁ ଧରିବାକୁ ଗୋଡ଼ାଇଥିଲେ । ସେହି ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେହି ଗୁଳି ଚଳାଇଥିଲେ । ଜୁଗେଶ୍ୱରଙ୍କ ପେଟରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସଇଁନ୍ତଲା ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ଜୁଗେଶ୍ୱରଙ୍କୁ ପହଞ୍ଚ।ଇବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥାନରେ ବଲାଙ୍ଗିର ଏସପି ନିତିନ କୁଶଳକର, ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଳା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ବନ ବିଭାଗ ଡିଏଫଓ ସମୀର ସତପଥୀ, ସଇଁନ୍ତଲା ରେଞ୍ଜର ରାଜ କିଶୋର ହରପାଳ ଓ ବଲାଙ୍ଗିର ସାଇଣ୍ଟିକଫିକ ଟିମ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ସଇଁନ୍ତଲା ଥାନାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.