ଘୁନସରର ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କଲେ ଆଶା ଓ ଅଙ୍ଗବାଡି କର୍ମୀ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଘର ଘର ବୁଲି କରୋନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । ବ୍ଳକର ଘୁନସର ଗ୍ରାମର ଆଶା ବାସମତି ବାଗ, ସ୍ୱାସ୍ଥ୍ୟ କର୍ମୀ ସୁନିତା ମହାନନ୍ଦ, ଅଙ୍ଗନବାଡି କର୍ମୀ ପଦ୍ମସିଲା କାଳସାଏ, ତିଲୋତମା ସାହୁ ଘରକୁ ଘର ବୁଲି ପରିବାରର ପ୍ରତେକ ବ୍ୟକ୍ତିଙ୍କ ଜ୍ଵର ପରୀକ୍ଷା, କରୋନା ରୋଗୀ ଚିହ୍ନଟ, ଘରେ ଥିବା ରୋଗୀଙ୍କୁ ମେଡ଼ିସିନ ପ୍ରଦାନ, ଆବଶ୍ୟକ ସ୍ଥଳେ ମେଡ଼ିକାଲ ପଠାଇବା, ସଠିକ ସମୟରେ କୋଭିଡ଼ ଟିକାର ଦ୍ଵିତୀୟ ମାତ୍ର ନେବାର ସହାୟତା, ସଚେତନତା ଅକ୍ସିଜେନ କେତେ ଅଛି ତାହା ମାପିବା ସହିତ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । ଏହା ଫଳରେ କରୋନା ସଂକ୍ରମଣକୁ ପ୍ରାଥମିକ ସ୍ତରରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଉଛି । ତେବେ ବ୍ଲକର ବିଭିନ୍ନ ଗ୍ରାମରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.