ମୋହନଗିରି ଫାଣ୍ଡି ଅଧିକାରୀ ଭାବେ ଯୋଗଦେଲେ ଦେବେନ୍ଦ୍ର ନାଏକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରି ଫାଣ୍ଡି ଅଧିକାରୀ ଭାବରେ ଦେବେନ୍ଦ୍ର ନାଏକ ଯୋଗ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ଶ୍ରୀ ନାଏକ ମୋହନଗିରି ଫାଣ୍ଡିରେ ଯୋଗ ଦେବାପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଗତ କିଛି ମାସ ଧରି ଏହି ଫାଣ୍ଡିରେ ଅଧିକାରୀ ପଦବୀ ଖାଲି ପଡିଥିଲା ତେଣୁ ଅଞ୍ଚଳବାସୀ ବିଭିନ୍ନ ସମୟରେ ପଦବୀ ପୂରଣ ପାଇଁ ଦାବୀ କରି ଆସୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମୋହନଗିରି ଫାଣ୍ଡି ଟି ଚାରୋଟି ଜିଲ୍ଲାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ସୀମାରେ ରହିଛି । ଏଣୁ ଏହି ଇଲାକାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବି ବୋଲି କହିବା ସହିତ ସମସ୍ତଙ୍କୁ ବିଶ୍ୱ ମହାମାରୀ କୋଭିଡର ମୁକାବିଲା କରିବାକୁ ଅନୁରୋଧ ସହିତ ଘରେ ରହି ସୁସ୍ଥ ରହିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.