୩୧ ମଇ, ୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟ ସରକାର ୩୧ ମଇ, ୨୦୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ କରିଛନ୍ତି । ଏହି ସମୟରେ କର୍ମଚାରୀମାନେ ବିନା ଅନୁମତିରେ କାର୍ଯ୍ୟସ୍ଥଳ (ଅଫିସ୍ ହେଡ୍ କ୍ୱାର୍ଟର) ଛାଡି ପାରିବେ ନାହିଁ । ପୂର୍ବରୁ ଛୁଟି ନେଇଥିବା ସମସ୍ତ କର୍ମଚାରୀଙ୍କୁ ଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.