‘ସକାଳ ୬ଟାରୁ ସନ୍ଧ୍ୟା ୬ଟା’ ପର୍ଯ୍ୟନ୍ତ ଘରୋଇ କାର୍ଯ୍ୟରେ ଜେନେରେଟରର ବ୍ୟବହାରକୁ ନିଷେଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ସରାବରାହ ପୁନରୁଦ୍ଧାର କାମ ସମୟରେ ଘରୋଇ ଭାବରେ ବ୍ୟବହୃତ ଜେନେରେଟର ସପ୍ଲାଇ ଲାଇନ୍‌କୁ ବ୍ୟାକ୍ କରେଣ୍ଟ୍ ପ୍ରଦାନ କରି ବିଦ୍ୟୁତ କର୍ମଚାରୀଙ୍କୁ ଆଘାତ ପହଞ୍ଚାଇବା ଆଶଙ୍କା ରହିଛି । ତେଣୁ ‘ସକାଳ ୬ଟାରୁ ସନ୍ଧ୍ୟା ୬ଟା’ ପର୍ଯ୍ୟନ୍ତ ଘରୋଇ କାର୍ଯ୍ୟରେ ଜେନେରେଟରର ବ୍ୟବହାରକୁ ଆଗାମୀ ଆଦେଶ ଯାଏଁ ନିଷେଧ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.