ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ମନା କରାଯାଇଛି । କୋଭିଡ୍ ସ୍ଥିତିକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଖାଲି ଭକ୍ତଙ୍କୁ ବାରଣ କରାଯାଇ ନାହିଁ ବରଂ ସବୁ ସେବାୟତଙ୍କୁ ମଧ୍ୟ ମନ୍ଦିର ଭିତରକୁ ଅନୁମତି ଦିଆଯିବ ନାହିଁ । ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂର୍ବରୁ କେବଳ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ପରେ ମେ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ କଟକଣା ଜାରି ରହିଥିଲା । ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ହୋଇଥିବା ବୈଠକରେ କୋଭିଡ୍ ସ୍ଥିତିର ସମୀକ୍ଷା ପରେ ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.