jsm

ଟ୍ରାନ୍ସଫର୍ମର ଉପରୁ ଜଳନ୍ତା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଭଟଲି ଦମକଳ ବାହିନୀ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରୁ ଆଜି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସ୍ଥାନୀୟ ଏକ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଜୀବନ୍ତ ଅବସ୍ଥାରେ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଆଣି ନିଜର ମହାନତାର ପରିଚୟ ଦେଇଛନ୍ତି । ସୂଚନା ଅନୁସାରେ ଭଡିଗାଁ ପଞ୍ଚାୟତ ମୁରୁମକେଲ ଗ୍ରାମରେ ଆଜି କୌଣସି କାରଣରୁ ଜଣେ ସ୍ଥାନୀୟ ଯୁବକ ସମୀର ଖମାରୀ (୨୭)ଟ୍ରାନ୍ସଫର୍ମର ଉପରକୁ ଚଢିଥିଲେ । ତେବେ ହଠାତ୍‌ ସେଠାରେ ବିଦ୍ୟୁତ ଆଘାତରେ ଯୁବକଟି ଜଳୁଥିବା କିଛି ସ୍ଥାନୀୟ ଯୁବକ ଦେଖିଥିଲେ ସଙ୍ଗେ ସଙ୍ଗେ ସେମାନେ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କରି ବିଦ୍ୟୁତ କଟାଇଥିଲେ ପରେ ଭଟଲି ଅଗ୍ନିଶମ ବିଭାଗକୁ ଫୋନ କରି ସୂଚନା ଦେଇଥିଲେ । କାଳ ବିଳମ୍ବ ନକରି ଭଟଲି ଅଗ୍ନିଶମ ବିଭାଗ ଏକ ଟିମ ଅଫିସର ଇଂଚାର୍ଜ ରବୀନ୍ଦ୍ର କେତନ ସାହୁଙ୍କ ନେତୃତ୍ୱରେ ପହଞ୍ଚି ଯୁବକଟିକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ଖାଲି ଏତିକି ନୁହେଁ ଅମ୍ବୁଲାନ୍ସ ଆସିବାକୁ ବିଳମ୍ବ ହେବା ସୂଚନା ପାଇଁ ସଙ୍ଗେ ସଙ୍ଗେ ସେମାନେ ନିଜ ଗାଡ଼ିରେ ଆଣି ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଯୁବକଟିକୁ ଜୀବନ୍ତ ଅବସ୍ଥାରେ ପହଞ୍ଚାଇ ଥିଲେ ।

ପ୍ରାଥମିକ ଚିକତ୍ସା କରିବା ପରେ ସେ ଅଧିକ ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ଚୁଡାମଣି ମେହେର ତାଙ୍କୁ ବୁର୍ଲ୍ଲା ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟରୁ ସଂକଲ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ ଓ ନିଧାନ ଦନ୍ତା ସଂକଲ୍ପ ରଥ ସାହାଯ୍ୟରେ ତାଙ୍କୁ ବୁର୍ଲ୍ଲା ପହଞ୍ଚାଇଥିଲେ । ଯୁବକଟି ଅଗ୍ନି ସଂଯୋଗ ହେବା ଦ୍ୱାରା ଯୁବକର ବାମ ପାର୍ଶ୍ଵ ବହୁମାତ୍ରାରେ ଜଳି ଯାଇ ତାର ବାମ ପାର୍ଶ୍ୱର ହାତଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି । ସଠିକ ସମୟରେ ଅଗ୍ନିଶମ ବିଭାଗର ଉଚିତ ପଦକ୍ଷେପ ଯୋଗୁଁ ଯୁବକଟିର ଜୀବନ ବଞ୍ଚିଯାଇଛି ।
ଭଟଲି ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ରବୀନ୍ଦ୍ର କେତନ ସାହୁଙ୍କ ନେତୃତ୍ୱରେ ଅଗ୍ନିକ ଚିରଞ୍ଜିବି ଦାଶ, ସୌମେତ୍ରି ମଲ୍ଲିକ, ରଞ୍ଜନ ଖଡ଼ିଆ, ଦୀପକ ମିନଜ଼, ପ୍ରଦୀପ କୁମାର ଫାଟକାର ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

yuvodaya
Leave A Reply

Your email address will not be published.