କରୋନାକୁ ମାତ୍ ଦେଲେ ୮୩ ବର୍ଷୀୟ ଶ୍ୟାମଘନ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଜିଲାପାଳ, ବିଭିନ୍ନ ମହଲରେ ଶୁଭେଚ୍ଛା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କୋଭିଡର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଦୃଢ ମନୋବଳ ଯେ ଏହାକୁ ହରାଇ ପାରେ, ଏଭଳି ଏକ ସନ୍ଦେଶ ଦେଇଛନ୍ତି କନ୍ଧମାଳ ଜିଲା ବାଲିଗୁଡାର ଜଣେ ୮୩ ବର୍ଷ ବୟସ୍କ ବ୍ୟକ୍ତି । ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନମ୍ବର ୱାର୍ଡର ୮୩ ବର୍ଷୀୟ ଶ୍ୟାମଘନ ପଣ୍ଡା କରୋନାକୁ ମାତ ଦେଇ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି । ଗତ ୮ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ସେ କୋଭିଡ ପରୀକ୍ଷା କେନ୍ଦ୍ରକୁ ଯାଇ କରୋନା ପରୀକ୍ଷା କରାଇଥିଲେ । ସେଠାରେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବାଲିଗୁଡ଼ା ସ୍ଥିତ ବଡଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା କୋଭିଡ କେୟାର କେନ୍ଦ୍ରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । କୋଭିଡ଼୍ କେୟାର କେନ୍ଦ୍ରର ଚିକିତ୍ସିକ ଓ ଅନ୍ୟ ସମସ୍ତ କର୍ମଚାରୀମାନଙ୍କର ଆନ୍ତରିକ ଉଦ୍ୟମ ଓ ଚେଷ୍ଟା ଫଳରେ ଶ୍ରୀ ପଣ୍ଡା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଆଜି ଶ୍ରୀ ପଣ୍ଡା କରୋନାକୁ ହରାଇ ସଂପୁର୍ଣ୍ଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଶ୍ରୀ ପଣ୍ଡାଙ୍କୁ ଆଜି କୋଭିଡ କେୟାର କେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ପଣ୍ଡାଙ୍କ କରୋନା ଲଢେଇ ଓ ବିଜୟ ଆମ ପାଇଁ ଏକ ସକାରାତ୍ମକ ବାର୍ତ୍ତା ବୋଲି ବର୍ଣ୍ଣନା କରି ବାଲିଗୁଡା ବିଡିଓ ଡ.ଜଗଦୀଶ ଷଡଙ୍ଗୀ କହିଛନ୍ତି । ଏହା ଦ୍ୱାରା ଅନ୍ୟ ଚିକିତ୍ସାଧୀନ ରୋଗୀଙ୍କ ମନୋବଳ ବୃଦ୍ଧି ହେବ । ତେବେ ସୁସ୍ଥ ହୋଇ ଘରକୁ ଫେରିଥିବା ଶ୍ୟାମଘନ ପଣ୍ଡାଙ୍କ ସହ ଅନ୍ୟ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସବୁ ପ୍ରକାର କୋଭିଡ ଗାଇଡ ଲାଇନକୁ ମାନି ଚଳିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଶ୍ରୀ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ପରିବାର ସହ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ସେହିଭଳି କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି ବାଲିଗୁଡ଼ାର ଶ୍ୟାମଘନ ପଣ୍ଡା କୋଭିଡ଼୍-୧୯କୁ ପରାସ୍ତ କରି ଆଜି ସୁସ୍ଥ ହୋଇ ଘରକୁ ଫେରିବା ନିଶ୍ଚିତ ଭାବେ କରୋନା ବିରୁଦ୍ଧରେ ଏହି ବିଜୟ ସମସ୍ତଙ୍କ ମନବୋଳ ବୃଦ୍ଧି ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fourteen + sixteen =

error: Content is protected !!