
ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର ଘଡି ସନ୍ଧି ମୁହର୍ତ୍ତରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟରେ ତଥା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଭୟର ବାତାବରଣ ଦେଖିବାକୁ ମିଳୁଛି । କୋଭିଡ୍ ଭେକ୍ସିନେସନ ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଟେଷ୍ଟ କିଟ ଓ ଭେକ୍ସିନ ଅଭାବ ଯୋଗୁଁ ପ୍ରତିଦିନ ବହୁ ଲୋକେ ଆଶଙ୍କା ଯୋଗୁ ଏକ କଠିନ ମାନସିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପଟେ ଟୀକାକାରଣ ପାଇଁ ଯାଉଥିବା ୪୫ ବର୍ଷରୁ ଅଧିକ ଲୋକେ ବହୁ ସଂଖ୍ୟକ ଭିଡ଼ ଥିବାରୁ ତାଙ୍କୁ ମଧ୍ୟ ଅପେକ୍ଷା ପାଇଁ ବହୁ କଷ୍ଟ ସହିବାକୁ ପଡୁଛି । ଏହା ସହ କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷର ସମସ୍ତଙ୍କ ପାଇଁ ଟୀକାକରଣ ଘୋଷଣା କରିବା ପରେ ରାଜ୍ୟରେ ବିଭିନ୍ନ ସୁବିଧା ପାଇଁ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଦେଇଥିବା ବେଳେ ଯୁବକମାନଙ୍କୁ ବିନା ମୂଲ୍ୟରେ ଟୀକାକରଣ ପାଇଁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୧୮ରୁ ୪୪ ବୟସ ସୀମା ଅନୁଯାୟୀ ସମସ୍ତଙ୍କୁ ମଇ ମାସ ୧ତାରିଖ ସୁଦ୍ଧା ଟୀକାକରଣ ପାଇଁ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ଯାଏ ପ୍ରତିଫଳନ ଦେଖା ଦେଇ ନଥିବା ସହ ଅନ୍ୟ ଜିଲ୍ଲା ମାନଙ୍କରେ ଟୀକାକାରଣ ଆରମ୍ଭ ହୋଇଯାଇଛି । ତେବେ ପଶ୍ଚିମ ଓଡିଶାର ପ୍ରମୁଖ ୧୦ ଟି କୋଭିଡ ଆକ୍ରାନ୍ତ ଜିଲ୍ଲାରେ ମଧ୍ୟ ଶୀଘ୍ର ଟୀକାକାରଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିବା ସହ ବରଗଡ଼ ଜିଲ୍ଲାରେ ବଢୁ ଥିବା କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ ଟେଷ୍ଟ ସଂଖ୍ୟ ବୃଦ୍ଧି, ବୈଜେଷ୍ଠମାନଙ୍କୁ ଟୀକାକରଣ କେନ୍ଦ୍ରରେ ଅପେକ୍ଷା ପାଇଁ ସୁବ୍ୟବସ୍ଥା ଏବଂ ସୂଚାରୁ ରୂପେ ଟୀକାକରଣ ପାଇଁ ଦରକାର ଅନୁଯାୟୀ ଭେକ୍ସିନ ଉପଲବ୍ଧ ଓ ପଞ୍ଚାୟତସ୍ତରରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସୁବିଧା ପାଇଁ କୋଭିଡ କେୟାର ସେଣ୍ଟରମାନେ ନିର୍ମାଣ ଓ ୧୮ରୁ ୪୪ ବର୍ଷ ବୟସର ସମସ୍ତଙ୍କୁ ଶୀଘ୍ର ଟୀକା ଦେବା ପାଇଁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର ଇମେଲ ମାଧ୍ୟମରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦେଇଛନ୍ତି ।