ବରଗଡ, (ନିରୋଜ କୁମାର ପାଣୀ) : ଅର୍ଜୁନ ମେହେର, ବୟସ ପାଖାପାଖି ୭୦ବର୍ଷ । ତାଙ୍କ କରୋନା ପଜିଟିଭ ହୋଇଥିଲା ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ବର ହେଉଥିଲେ ବି ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିଲା । ଡାକ୍ତର ଉଭୟଙ୍କର ଚିକିତ୍ସା କଲା ପରେ ଅର୍ଜୁନଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାରୁ ତାଙ୍କୁ ୧୦ଦିନ ହୋମ୍ ଆଇସୋଲେସନ୍ରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଓ ତାଙ୍କ ପତ୍ନିଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅର୍ଜୁନ ମେହେର ଗତକାଲି ଘରକୁ ଯାଇଥିଲେ ଓ ମାନସିକ ଚାପଗ୍ରସ୍ତ ହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏପଟେ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଗଲା । ତାଙ୍କର ଗୋଟିଏ ଦିବ୍ୟାଂଗ ପୁଅ ଅଛନ୍ତି । ଖବରପାଇ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ କରିବା ପରେ ନିଷ୍ଠା ପରିବାରକୁ ଫୋନ ଯୋଗେ ଘଟଣାକ୍ରମ ଜଣାଇଥିଲେ । ରାତି ହୋଇଥିବାରୁ ସକାଳେ ଶବ ବ୍ୟବଚ୍ଛେଦ ପରେ ଶବଦାହ କରିବା ପାଇଁ ନିଷ୍ଠା ପରିବାରକୁ କହିଥିଲେ । ସକାଳୁ ସକାଳୁ ସମଲେଇପଦର ପାର୍ବତିଗିରୀ ବୃଦ୍ଧାଶ୍ରମର ମୁଖ୍ୟ ଜଳନ୍ଧର ପଟେଲ ତାଙ୍କ ସ୍ତ୍ରୀ ଯଶୋବନ୍ତୀ ପଟେଲ ଓ ପୁଅ ବିକାଶ ପଟେଲ ଓ ନିଷ୍ଠା ପରିବାରର ମାନସ ମେହେର, ଦୟାନିଧି ଷଢଂଗୀ, ସଂକେତ ଆଠଘରା ପହଂଚି ଶବକୁ ଉଦ୍ଧାର କରିଥିଲେ । ତାପରେ ଶବକୁ ବରଗଡ ଅଣାଯାଇ ଶବ ବ୍ୟବଚ୍ଛେଦ ପରେ କୋଭିଡ ସ୍ବର୍ଗଦ୍ବାର ଠାରେ ନିଷ୍ଠା ପରିବାର ଓ ଜିଲ୍ଲା ପ୍ରଶାସନ ଦ୍ବାରା ଶବସତ୍କାର କରାଯାଇଥିଲା । ଏହି ଶବଦାହରେ ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ, ରାଜେଶ ପ୍ରଧାନ ଉପସ୍ଥିତ ଥିଲେ ।
Next Post