ରାସ୍ତାରୁ ବିପଦ ସଙ୍କୁଳ ଗଛ ହଟାଇବାକୁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ମୋହନପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଯେ ଗ୍ରାମବାସୀଙ୍କ ପାଇଁ ଏହି ଗଛ ବିପଦ ଆଣି ଦେଇପାରେ । ଗଛ ଟା ମରି ଶୁଖିଲା ଅବସ୍ଥାରେ ରହିଛି । ସେହି ଗଛ ତଳ ଦେଇ ଗ୍ରାମକୁ ବିଦ୍ୟତ ତାର ସଂଯୋଗ ହୋଇଛି । ଗୋଟେପଟେ ଗଛ ଟି ଯାତାୟତରେ ବାଧା ସୃଷ୍ଟି କରୁଛି ଅନ୍ୟପଟେ ବିଦ୍ୟୁତ ତାର ପାଇଁ ବିପଦ ରହିଛି । କେଉଁ ସମୟରେ ଏହା ଶୁଖିଲା ଗଛ କି ଡାଳ ଗ୍ରାମବାସୀ ଓ ବାଟୋଇଙ୍କ ପାଇଁ ଯାତାୟତରେ ଅଘଟଣ ନ ଆଣିଦେବ କହିବା କଷ୍ଟକର ହୋଇ ପଡିଛି । ଏ ସମ୍ପର୍କରେ ଯୁବ ଅଧ୍ୟାପକ ତ୍ରିନାଥ ପରିଡା ବିଡିଓ, ଅଗ୍ନିଶମ ବିଭାଗ ଓ ତହସିଲଦାରଙ୍କୁ ଜଣାଇଥିବା ଜଣାପଡିଛି । କୌଣସି ଧନ ଜୀବନ ନଷ୍ଟ ନ ହେବା ପୁର୍ବରୁ ଉକ୍ତସ୍ଥାନରୁ ଶୁଖିଲା ଗଛ ଟିକୁ ତୁରନ୍ତ କାଟି ଦିଆଯିବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.

thirteen − eight =