ଥମୁନି ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଥମୁନି ଅମାନିଆ ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୭୧୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୪୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭, ବରଗଡ଼ରୁ ୩୩୦, ଭଦ୍ରକରୁ ୯୧, ବଲାଙ୍ଗିରରୁ ୨୩୬, ବୌଦ୍ଧରୁ ୬୫, କଟକରୁ ୫୧୭, ଦେବଗଡ଼ରୁ ୭୪, ଢେ଼ଙ୍କାନାଳରୁ ୨୨, ଗଜପତିରୁ ୧୨୧, ଗଂଜାମରୁ ୧୨୮, ଜଗତସିଂହପୁରରୁ ୧୦୪, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୭୭, କେଉଁଝରରୁ ୧୬୦, ଖୋର୍ଦ୍ଧାରୁ ୯୧୯, କୋରାପୁଟରୁ ୫୭, ମାଲକାନଗିରିରୁ ୩୦, ମୟୁରଭଂଜରୁ ୩୦୮, ନବରଂଗପୁରରୁ ୨୫୫, ନୟାଗଡ଼ରୁ ୧୨୧, ନୂଆପଡ଼ାରୁ ୪୨୦, ପୁରୀରୁ ୨୮୮, ରାୟଗଡ଼ାରୁ ୧୮୧, ସମ୍ବଲପୁରରୁ ୩୨୩, ସୋନପୁରରୁ ୧୩୧, ସୁନ୍ଦରଗଡ଼ରୁ ୪୭୪ ଓ ଷ୍ଟେଟ ପୁଲ୍‌ରୁ ୧୮୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.