ଗୁଣ୍ଡୁରିସାହିରୁ ୩ ଅହିରାଜ ଉଦ୍ଧାରକରି : ପଦ୍ମତୋଳା ଅଭୟାରଣ୍ୟରେ ଛାଡିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିସାହି ଗ୍ରାମରୁ ୩ ଅହିରାଜ ସାପ ଉଦ୍ଧାର କରାଯାଇ ପଦ୍ମତୋଳା ଅଭୟାରଣ୍ୟରେ ଛଡା ଯାଇଛି । ସୂଚନା ମତେ ଆଜି ସକାଳ ପ୍ରାୟ ୭ ଘଟିକା ସମୟରେ ଦୁଇଟି ଅହିରାଜ ସାପ ଗୁଣ୍ଡୁରିସାହି ଗାଁ ମୁଣ୍ଡରେ ବାହାରି କ୍ରୀଡା କରୁଥିଲେ । ଗାଁର କିଛି ଲୋକ ଏହି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନ ଓ ଜିଲ୍ଲା ବନ ଅଧିକାରୀଙ୍କୁ ଜଣାଇ ଥିଲେ । ସ୍ନେକ ହେଲ୍ପ ଲାଇନ ଓ ଜିଲ୍ଲା ବନ ବିଭାଗ ଖବର ପାଇ ପହଞ୍ଚିବା ବେଳକୁ ଅହିରାଜ ଦୁଇଟି ସାପ ଗାତ ଭିତରେ ପଶିଯାଇ କେବଳ ସେମାନଙ୍କର ମୁଣ୍ଡ ଦିଶୁଥିଲା । ବହୁତ ଚେଷ୍ଟା କରିବା ସତ୍ବେ ସ୍ନେକ ହେଲ୍ପ ଲାଇନ ଟିମ ୫ ଘଣ୍ଟା ପରିଶ୍ରମ ପରେ ଦିନ ୨ ଘଟିକା ସମୟରେ ସେହି ଗାତରୁ ସେ ଦୁଇ ଅହିରାଜଙ୍କୁ ଉଦ୍ଧାର କରିବା ପରେ ସେହି ଗାତ ଭିତରୁ ଆଉ ଗୋଟିଏ ଅହିରାଜ ସାପ ଉଦ୍ଧାର କରିଥିଲେ । ଦୁଇଟି ଅହିରାଜର ଲମ୍ବ ୧୨ ଫୁଟ ଥିବାବେଳେ ଅନ୍ୟ ଅହିରାଜର ଲମ୍ବ ୧୦ ଫୁଟ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.